କର୍ପୋରେଟ ଚାନ୍ଦା ଭାବେ ବିଜେପିକୁ ମିଳିଲା ୯୧୫ କୋଟି ଟଙ୍କା

ନୂଆଦିଲ୍ଲୀ: କର୍ପୋରେଟ ଚାନ୍ଦା ପାଇବାରେ ଭାରତୀୟ ଜନତା ପାର୍ଟି ସବୁଠାରୁ ଆଗରେ ରହିଛି | ବିଜେପିକୁ ୨୦୧୬-୧୮ ମସିହାରେ ମୋଟ ୯୦୦ କୋଟିରୁ ଅଧିକ ଟଙ୍କାର କର୍ପୋରେଟ ଚାନ୍ଦା ମିଳିଛି | ଏହି ସମୟରେ କଂଗ୍ରେସକୁ ମିଳିଥିବା ଚାନ୍ଦାର ୧୬ ଗୁଣ ଅଧିକ ବିଜେପି ପାଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି |

ମଙ୍ଗଳବାର ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ୨୦୧୬-୧୮କୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି | ଏଥିରେ ଦର୍ଶାଯାଇଛି ଯେ ୬ଟି ରାଷ୍ଟ୍ରୀୟ ଦଳଙ୍କ ମଧ୍ୟରୁ ବିଜେପିକୁ ସର୍ବାଧିକ ୯୧୫ କୋଟି ଟଙ୍କାର କର୍ପୋରେଟ ଚାନ୍ଦା ମିଳିଛି | ୧୭୩୧ ଜଣ କର୍ପୋରେଟ ଦାତା ଏହି ଅର୍ଥକୁ ଦାନ ସୂତ୍ରରେ ଦେଇଛନ୍ତି | ଏହାପରେ କଂଗ୍ରେସକୁ ୧୫୧ ଜଣ ଦାତା ୫୫ କୋଟି ୩୬ ଲକ୍ଷ ଟଙ୍କା ଦାନ ସୂତ୍ରରେ ଦେଇଛନ୍ତି | ସେହିପରି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି କୁ ୭ କୋଟି ଟଙ୍କା ମିଳିଛି |

ରିପୋର୍ଟରେ କୁହାଯାଇଛି ଯେ ଆର୍ଥିକ ବର୍ଷ ୨୦୧୨-୧୩ରୁ ୨୦୧୭-୧୮ ମଧ୍ୟରେ ବିଜେପିକୁ ସର୍ବାଧିକ ୧୬୨୧ କୋଟି ଟଙ୍କାର କର୍ପୋରେଟ ଚାନ୍ଦା ମିଳିଛି | ସେହିପରି ସର୍ବନିମ୍ନ ଚାନ୍ଦା ପାଇଛି କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ବା ସିପିଆଇ | ଏହି ଦଳକୁ ୪ ଲକ୍ଷ ଟଙ୍କା କର୍ପୋରେଟ ଚାନ୍ଦା ମିଳିଛି |

ସମ୍ବନ୍ଧିତ ଖବର