ଇଟାନଗର: ଅରୁଣାଚଳ ପ୍ରଦେଶରେ ପୁଣି ବିଜେପି ସରକାର ଗଠନ କରିବାକୁ ଯାଉଛି। ଅରୁଣାଚଳ ପ୍ରଦେଶରେ ଅରୁଣାଚଳରେ ଶାସକ ବିଜେପି ୩୭ଟି ଆସନ ଜିତି ସାରିଛି। ରାଜ୍ୟରେ ୬୦ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୩୧ ହୋଇଥିବାବେଳେ ବିଜେପି ଏହାକୁ ଟପି ୩୭ ଆସନ ଜିତି ସାରିଛି। ସେହିପରି ଦଳ ଆହୁରି ୮ଟି ଆସନରେ ଆଗୁଆ ରହିଛି।

Advertisment

ଭାଜପା ନେତୃତ୍ୱାଧିନ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ପୁଣି ଥରେ ସରକାର ଗଢିବାକୁ ଯାଉଛନ୍ତି। ଯାହାକୁ ନେଇ ରାଜ୍ୟର ବିଜେପିକର୍ମୀମାନେ ଉତ୍ସବ ପାଳନ କରୁଛନ୍ତି। ବିଜେପିକର୍ମୀ ଓ ନେତାମାନେ ବାଣ ଫୁଟାଇ ଦିନରେ ଦୀପାବଳୀ ପାଳନ କରିଛନ୍ତି।

ଅରୁଣାଚଳ ପ୍ରଦେଶର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଡୋରଜୀ ଖଣ୍ଡୁଙ୍କ ପୁଅ। ପେମା ଖଣ୍ଡୁ ପ୍ରଥମ ଥର ପାଇଁ ଜୁଲାଇ ୨୦୧୬ରେ କଂଗ୍ରେସରେ ଥିବାବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସିଏମ୍ ହେବା ପରେ ସେ ସେପ୍ଟେମ୍ବରରେ ଅରୁଣାଚଳର ପିପୁଲ୍ସ ପାର୍ଟିରେ ଯୋଗ ଦେଇଥିଲେ। ତେବେ ସେ ଡିସେମ୍ବର ୨୦୧୬ରେ ବିଜେପିରେ ଯୋଗ ଦେଇଥିଲେ।