ବିହାରରେ ଘୋଷଣାପତ୍ର ଜାରି କରି ବିଜେପି କହିଲା, ଭୋଟ ଦେଲେ ମିଳିବ ମାଗଣା ଟିକା

ନୂଆଦିଲ୍ଲୀ: ବିହାର ନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି। ବିହାରରେ ମାଗଣା କରୋନା ଟିକା ଦେବା ପାଇଁ ବିଜେପି ନୂଆ ଘୋଷଣା ପତ୍ର ଜାରି କରିବା ପରେ ବିବାଦ ଦେଖାଦେଇଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା ପତ୍ର ଜାରି କରି କହିଛନ୍ତି, ଏନଡିଏ କ୍ଷମତାକୁ ଆସିଲେ ସମସ୍ତଙ୍କୁ ମାଗଣାରେ କୋଭିଡ ଟିକା ଦିଆଯିବ । ଏଥିସହ ବିଜେପି ୧୯ଲକ୍ଷ ନିଯୁକ୍ତି ଦେବା ପାଇଁ ମଧ୍ୟ ଘୋଷଣା ପତ୍ର ଜାରି କରାଯାଇଛି।
ତେବେ ମାଗଣା କୋଭିଡ ଟିକା ପ୍ରସଙ୍ଗକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିରୋଧୀ । ତେଜସ୍ୱୀ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ କହିଛି କୋଭିଡ ଟିକା କୌଣସି ଦଳର ନୁହେଁ ଏହା ଦେଶର ସମ୍ପତ୍ତି । ସେହିପରି ଆମ ଆଦମୀ ପାର୍ଟି ଟ୍ୱିଟ କରି ପ୍ରଶ୍ନ କରିଛି, ଅଣ ବିଜେପି ଶାସିତ ରାଜ୍ୟଗୁଡିକରେ ତାହେଲେ କ’ଣ ହେବ ?

ସେପଟେ ନ୍ୟାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା କହିଛନ୍ତି ବିଜେପି କ’ଣ ମାଗଣା ଟିକା, ଦଳୀୟ ପାଣ୍ଠିରୁ ଦେବ? କୋଭିଡ ଟିକା ତିଆରି ପାଇଁ ଅନେକ ଦେଶ ଲାଗି ପଡିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଟିକା ପ୍ରସ୍ତୁତ ହୋଇନାହିଁ । ଆଗାମୀ ବର୍ଷ ପ୍ରଥମ ଭାଗରେ ଟିକା ପ୍ରସ୍ତୁତ ହୋଇଯିବ ବୋଲି କୁହାଯାଉଛି । କିନ୍ତୁ ଏହାରି ଭିତରେ ବିହାରରେ ଏହା ରାଜନୈତିକ ପ୍ରସଙ୍ଗ ପାଲଟିଯାଇଛି ।

ସମ୍ବନ୍ଧିତ ଖବର