ନୂଆଦିଲ୍ଲୀ : ସଂସଦୀୟ ସଚିବ ପରି ଲାଭଜନକ ପଦ ପଦବିରେ ଥିବା ୨୦ ଆପ୍ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ସୁପାରିସକୁ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିବା ପରେ ଆଜି ଏହା ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବରିଷ୍ଠ ଆପ୍ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଦିଲ୍ଲୀ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଦିଲ୍ଲୀବାସୀଙ୍କ ସହାନୁଭୂୂତି ଭିକ୍ଷା କରିବା ସହ ବିଜେପିକୁ ବଦନାମ କରିବାକୁ ପ୍ରୟାସ କରିଛନ୍ତି। ଲେଖିଥିବା ଖୋଲା ଚିଠରେ ସିସୋଦିଆ କହିଛନ୍ତି ଯେ ଶାସନ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ସଂସଦୀୟ ସଚିବ ପଦବିଗୁଡ଼ିକ ସୃଷ୍ଟି ହୋଇଛି ଏବଂ ଏଥିରେ କୌଣସି ପ୍ରକାର ଅଭିସନ୍ଧି ନଥିଲା। ଅପରପକ୍ଷେ, ଏଥିରୁ କୌଣସି ପ୍ରକାର ଲାଭ ପାଉନଥିବା ୨୦ ଜଣ ଆପ୍ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଅସାମ୍ବିଧାନିକ ଏବଂ ବେଆଇନ୍ । ଏହା ବିଜେପିର ହୀନ ରାଜନୀତି ବୋଲି ସିସୋଦିଆ କହିଛନ୍ତି।
ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସିସୋଦିଆ ଲେଖିଥିବା ୨ ପୃଷ୍ଠାର ଏହି ଖୋଲା ଚିଠି ଏବେ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି। ଅନ୍ୟପକ୍ଷରେ ଦିଲ୍ଲୀ ବାସିନ୍ଦାଙ୍କ ଉପରେ ତାଙ୍କର ଦୃଢ଼ ବିଶ୍ୱାସ ରହିଛି ଏବଂ ସେମାନେ ହିଁ ଏହାର ଉଚିତ୍ ଜବାବ ଦେବେ ବୋଲି ସେ ଆହ୍ଵାନ କରିିଛନ୍ତି। ଏହି ଲାଭଜନକ ପଦବି ମାମଲାର ଶେଷ ଶୁଣାଣି ଗତ ଜୁନ୍ ୨୩ ତାରିଖରେ ହୋଇଥିଲା ବେଳେ ଏହି ମାମଲାରେ ବିଧାୟକମାନଙ୍କ କଥା ଶୁଣିବାପାଇଁ ସେମାନଙ୍କୁ ଯଥେଷ୍ଟ ସମୟ ଦିଆଯାଇନି ବୋଲି ସିସୋଦିଆ ଅଭିୟୋଗ କରିିଛନ୍ତି। ଏ ସମସ୍ତ ପ୍ରକାର ଚକ୍ରାନ୍ତ ବିଜେପି ହିଁ କରିଛି। ଗତ ତିନିବର୍ଷ ଧରି ଆପ୍କୁ ପଥଚ୍ୟୁତ କରିବାକୁ ବିଜେପି ହୀନ ପଥ ଆଦରିବାକୁ ଚେଷ୍ଟା କରିଛି। କେଜରିଓ୍ଵାଲ୍ଙ୍କ ଲୋକପ୍ରିୟତାକୁ ଭୟ କରି ପ୍ରଥମେ ଆପ୍ର ବିଧାୟକମାନଙ୍କୁ ମିଥ୍ୟା ମାମଲାରେ ଫସାଇବାକୁ ଚେଷ୍ଟା କରିଥିଲା। କିନ୍ତୁ କୋର୍ଟଙ୍କ ଦ୍ୱାରା ଏହା ରଦ୍ଦ ହୋଇଯିବା ପରେ ବିଜେପି ବିଧାୟକମାନଙ୍କୁ ବହିଷ୍କାର କରିବା ଲାଗି ଏପରି ନୂଆ ଷଡ଼ଯନ୍ତ୍ର କଲା ବୋଲି ସିସୋଦିଆ ଲେଖିଛନ୍ତି।
ବିଜେପିର ହୀନ ରାଜନୀତି: ସିସୋଦିଆ
/sambad/media/post_attachments/wp-content/uploads/2018/01/hadiya-love-jihad-case.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)