ଶ୍ରୀନଗର: ଧର୍ମ ଆଧାରରେ ଜମ୍ମୁ କାଶ୍ମୀରକୁ ବିଜେପି ଭାଗ ଭାଗ କରୁଛି। କେନ୍ଦ୍ର ସରକାରଙ୍କ ଦ୍ବାରା ଏହି କେନ୍ଦ୍ର ଶାସିତ ଅଞ୍ଚଳକୁ ବାହ୍ୟ ଲୋକଙ୍କୁ ବିକ୍ରି କରାଯାଉଛି ବୋଲି ପିଡିପି ସଭାପତି ମେହବୁବା ମୁଫତି ଅଭିଯୋଗ କରିଛନ୍ତି। ସରକାର ଆମକୁ ଦେବାଳିଆ କରିବା ପାଇଁ ଚାହୁଛନ୍ତି। ଅନ୍ୟ ରାଜ୍ୟ ଉପରେ ଆମକୁ ନିର୍ଭରଶୀଳ ରହିବା ପାଇଁ ଏହା କରାଯାଉଛି ବୋଲି ମୁଫତି ଅଭିଯୋଗ କରିଛନ୍ତି। ଜମ୍ମୁ କାଶ୍ମୀର ରାଜ୍ୟ ଥିବା ସମୟରେ ସେ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ମୁଖ୍ୟମନ୍ତ୍ରିତ୍ବ ଅମଳରେ ଯେଉଁସବୁ ପ୍ରକଳ୍ପ ଆରମ୍ଭ କରାଯାଇଥିଲା ତାହାକୁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଅଟକାଇ ରଖିଛନ୍ତି। ଅବକାରୀ ନୀତିରେ ମଦ ବ୍ୟବସାୟ ଚୁକ୍ତି ବାହ୍ୟ ଲୋକଙ୍କୁ ଦିଆଯାଉଛି। ଜମ୍ମୁ କାଶ୍ମୀରର ଲୋକମାନେ ମଦ ପିଇବେ। କିନ୍ତୁ ବାହାର ଲୋକ ଲାଭ ଗୋଟାଇବେ ବୋଲି ମୁଫତି କହିଛନ୍ତି। ଖଣି ଠାରୁ ଆରମ୍ଭ କରି ସବୁ ବଡ଼ ପ୍ରକଳ୍ପକୁ ରାଜ୍ୟ ବାହାର ଲୋକଙ୍କୁ ପ୍ରଦାନ କରାଯାଇଛି। ରିଲାଏନ୍ସ ରିଟେଲ ଷ୍ଟୋରକୁ ବିରୋଧ କରି ବୁଧବାର ବନ୍ଦ ଡାକରା ଦେଇଥିବା ଜମ୍ମୁର ବ୍ୟବସାୟୀମାନଙ୍କୁ ମୁଫତି ସମର୍ଥନ କରିଛନ୍ତି। ଏହାଦ୍ବାରା ଛୋଟ ବ୍ୟବସାୟୀମାନେ କ୍ଷତି ସହିବେ। ଦେଶରେ ଯାହା କିଛି ଅଛି ବିଜେପି ସରକାର କର୍ପୋରେଟ୍ ହାଉସକୁ ବିକ୍ରି କରିଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଭାଜନ କରି ଶାସନ କରିବା ନୀତି ପାଇଁ ଜମ୍ମୁ କାଶ୍ମୀରକୁ ଏକ ପ୍ରୟୋଗଶାଳାରେ ପରିଣତ କରିଦିଆଯାଇଛି। ଏହାପରେ ଉକ୍ତ ନୀତିକୁ ଅନ୍ୟ ରାଜ୍ୟରେ ପ୍ରୟୋଗ କରାଯିବ ବୋଲି ମୁଫତି କହିଛନ୍ତି।
କାଶ୍ମୀରକୁ ବାହ୍ୟ ଲୋକଙ୍କ ହାତରେ ବିକିଦେଇଛି ବିଜେପି:ମୁଫ୍ତି
/sambad/media/post_attachments/wp-content/uploads/2021/06/mehebooba.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)