ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତ୍ରୀ ଆତିଶୀ ଅଭିଯୋଗ କରିଛନ୍ତି ଯେ ବିଜେପି ଚଳିତ ନିର୍ବାଚନରେ ତାଙ୍କ ଦଳକୁ ଟାର୍ଗେଟ୍ କରିବାପାଇଁ ଏକ ନୂଆ ଷଡ଼୍ଯନ୍ତ୍ର କରିଛି। ଆତିଶୀ ଦାବି କରିଛନ୍ତି ଯେ ହରିୟାଣା ସରକାର ଦ୍ବାରା ବିଜେପି ଜାତୀୟ ରାଜଧାନୀକୁ ଯମୁନା ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି ଆତିଶୀ କହିଛନ୍ତି, ମେ’ ୨୫ ତାରିଖରେ ଦିଲ୍ଲୀ ଭୋଟ୍ ଥିବାବେଳେ ବିଜେପି ଆପ୍କୁ ଟାର୍ଗେଟ୍ କରିବାପାଇଁ ଏବଂ ଦିଲ୍ଲୀ ଲୋକଙ୍କୁ ହଇରାଣ କରିବାପାଇଁ ନୂଆ ଷଡ଼୍ଯନ୍ତ୍ର କରିଛି। ସେ କହିଛନ୍ତି, କେବଳ ଆପ୍କୁ ସମସ୍ୟାରେ ପକାଇବାକୁ ଜଳ ସଙ୍କଟ ସୃଷ୍ଟି ନିମନ୍ତେ ହୋଇଥିବା ଷଡ଼ଯନ୍ତ୍ରରେ ବିଜେପିର ବରିଷ୍ଠ ନେତାମାନେ ସାମିଲ ଅଛନ୍ତି। ଦିଲ୍ଲୀକୁ ଯମୁନା ଜଳ ଯୋଗାଣ ବନ୍ଦ ହୋଇଯିବା ଦ୍ବାରା ବିଭିନ୍ନ ଅଂଚଳରେ ସମସ୍ୟା ଆରମ୍ଭ ହୋଇଯାଇଛି। ସ୍ବାତୀ ମଲିୱାଲ ଆକ୍ରମଣ ମାମଲାକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ରହିଥିବାବେଳେ ଏହି ସମୟରେ ଅତିଶୀ ଏଭଳି ଦାବି କରିଛନ୍ତି। ଅନ୍ୟପକ୍ଷରେ ବିଜେପି କହିଛି ଯେ କେବଳ ବିଭ୍ରାନ୍ତି ସୃଷ୍ଟି କରି ଚର୍ଚ୍ଚାରେ ରହିବା ଆପ୍ର ଅଭ୍ୟାସ ପାଲଟିଯାଇଛି ଏବଂ ଜଳ ଯୋଗାଣ ପ୍ରସଙ୍ଗରେ ଆପ୍ ସରକାର ନିଜ ବିଫଳତା ଲୁଚାଇବାକୁ ବିଜେପି ଉପରେ ଦୋଷ ଲଦୁଛି।
‘ଆପ୍କୁ ଟାର୍ଗେଟ୍ ପାଇଁ ଜଳଯୋଗାଣକୁ ଅସ୍ତ୍ର କରିଛି ବିଜେପି’
/sambad/media/post_attachments/wp-content/uploads/2024/05/ssshfshfshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)