ରାଷ୍ଟ୍ରପତିଙ୍କ ଚେହେରା ଉପରେ ମନ୍ତବ୍ୟ ଦେଇଥିବା ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କୁ ‘ବିଜେପି’ର ତୀବ୍ର ସମାଲୋଚନା

କୋଲ୍‌କାତା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚେହେରା ଉପରେ ମନ୍ତବ୍ୟ ଦେଇଥିବା ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ପଶ୍ଚିମବଙ୍ଗ ସରକାରଙ୍କର ଅନ୍ୟତମ ମନ୍ତ୍ରୀ ଅଖିଳ ଗିରିଙ୍କୁ ‘ବିଜେପି’ ତୀବ୍ର ନିନ୍ଦା କରିଛି।

ଭାଇରାଲ୍‌ ହୋଇଥିବା ଗୋଟାଏ ‘ଭିଡଓ’ରେ ମନ୍ତ୍ରୀ ଗିରି କହୁଛନ୍ତି ଯେ, ଚେହେର ଦେଖି ‘ତୃଣମୂଳ କଂଗ୍ରେସ’ ବ୍ୟକ୍ତିବିଶେଷଙ୍କ ମୂଲ୍ୟାୟନ କରେ ନାହିଁ। ଏହାର ବ୍ୟାଖ୍ୟା ଦେବାକୁ ଯାଇ ସେ ରାଷ୍ଟ୍ରପତି ମୁର୍ମୁଙ୍କ ଉଦାହରଣ ଦେଇଛନ୍ତି।

‘ବିଜେପି’ର ଅମିତ ମାଲଭୀୟ ଉକ୍ତ ଭିଡିଓକୁ ସେୟାର୍‌ କରି କହିଛନ୍ତି ଯେ, ‘ଟିଏମ୍‌ସି’ର ‘ସୁଧାର ଗୃହ ମନ୍ତ୍ରୀ’ ଅଖିଳ ଗିରି ରା‌ଷ୍ଟ୍ରପତିଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ମମତା ବାନାର୍ଜୀଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ଅଖିଳ ଗିରି ରାଷ୍ଟ୍ରପତିଙ୍କୁ ଅପମାନ ଦେଇଛନ୍ତି। ସେ କହିଛନ୍ତି, ଚେହେରାକୁ ଆମେ ପରବାୟ କରୁନାହିଁ। ଆପଣମାନଙ୍କ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି?

Image Courtesy of The Print

ଉପରୋକ୍ତ ମନ୍ତବ୍ୟକୁ ପଶ୍ଚିମବଙ୍ଗ ‘ବିଜେପି’ ନିନ୍ଦା କରିବା ସହିତ କହିଛି ଯେ, ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଜନଜାତି ବିରୋଧୀ। ସେ କହିଛନ୍ତି, ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁ ଜନଜାତି ସମ୍ପ୍ରଦାୟର। ‘ତୃଣମୂଳ କଂଗ୍ରେସ’ର ସୁଧାର ଗୃହମନ୍ତ୍ରୀ ଅଖିଳ ଗିରି ମହିଳା କଲ୍ୟାଣ ବିଭାଗର ମନ୍ତ୍ରୀ ଶଶୀ ପଞ୍ଜାଙ୍କ ଉପସ୍ଥିତିରେ ରାଷ୍ଟ୍ରପତିଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଜନଜାତି ବିରୋଧୀ।

ଘଟଣା ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ମନ୍ତ୍ରୀ ଅଖିଳ ଗିରି କହିଛନ୍ତି, ‘ବିଜେପି’ର ଶୁଭେନ୍ଦୁ ଗିରିଙ୍କୁ ସମାଲୋଚନା କରିବା ବେଳେ ଭୁଲ୍‌କ୍ରମେ ଏମିତି କଥା ପାଟିରୁ ବାହାରି ପଡ଼ିଲା।

ସେ କହିଛନ୍ତି, ରାଷ୍ଟ୍ରପତି ଆସନ ସମ୍ବିଧାନ ଆଧାରିତ। ପଶ୍ଚିମବଙ୍ଗର ମନ୍ତ୍ରୀ ହେବା ବେଳେ ମୁଁ ମଧ୍ୟ ସାମ୍ବିଧାନିକ ଶପଥ ଗ୍ରହଣ କରିଛି। ରାଷ୍ଟ୍ରପତିଙ୍କ ପ୍ରତି ଆମର ଅଗାଧ ସମ୍ମାନ। ଦୀର୍ଘ ଦିନ ହେବ ଶୁଭେନ୍ଦୁ ଅଧିକାରୀ ମତେ ସମାଲୋଚନା କରୁଛନ୍ତି। ମତେ ‘କାଉ’ କହିବା ସହିତ ‘ହାଫ୍‌-ପ୍ୟାଣ୍ଟ୍‌’ ମନ୍ତ୍ରୀ ବି କହିଛନ୍ତି। ତେଣୁ, ମୁଁ ଚିଡ଼ି ଯାଇଥିଲି। ତାଙ୍କୁ ସମାଲୋଚନା କରିବା ବେଳେ ପାଟିରୁ ଏମିତିକା କଥା ବାହାରି ପଡ଼ିଲା।

ସମ୍ବନ୍ଧିତ ଖବର