ତୈଳ ଉପରୁ ଟିକସ ହ୍ରାସ କରିବାକୁ ଦାବି କରି କେଜ୍ରିୱାଲଙ୍କ ବାସଭବନ ବାହାରେ ବିଜେପିର ବ୍ୟାପକ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ: ଏପ୍ରିଲ ୨୭ରେ କରୋନା ସମୀକ୍ଷା ବୈଠକରେ ତୈଳ ଉପରୁ ଟିକସ ହ୍ରାସ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ବାହାରେ ବିଜେପି ବ୍ୟାପକ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛି। ‌ଦିଲ୍ଲୀରେ ତୈଳ ଉପରୁ ଟିକସ ହ୍ରାସ କରିବାକୁ ଦାବି କରି ବିଜେପି ଆଜି ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିବା ଜଣାପଡ଼ିିଛି।

ତୈଳ ମୂଲ୍ୟ ବୃଦ୍ଧି ପାଇଁ ରୁଷ-ୟୁକ୍ରେନ ଯୁଦ୍ଧକୁ ଦାୟୀ କରିବା ସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ରହିବା ଜରୁରୀ। ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ କରିବା ଜରୁରୀ, ଯେପରି ନଭେମ୍ବର ମାସରେ କେନ୍ଦ୍ର ଅବକାରୀ ଶୁଳ୍କ ହ୍ରାସ କରିଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତି ଏପରି ଏକ ସମୟରେ ଆସିଥିଲା ଯେତେବେଳେ ପେଟ୍ରୋଲ-ଡିଜେଲ, ପିଏନଜି, ସିଏନଜି ମୂଲ୍ୟ ବୃଦ୍ଧିରେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ମୋଦୀ ସରକାରଙ୍କୁ ଘେରୁଥିବା ବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭାଟ୍ ହ୍ରାସ କରିବାକୁ ନିବେଦନ କରିଛନ୍ତି। ଏବେ ସମାଲୋଚନା କରୁଥିବା ବିରୋଧୀ କ’ଣ ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Delhi BJP stages dharna near Kejriwal's residence, demands cut in VAT on  petrol, diesel- The New Indian Express

ପ୍ରଧାନମନ୍ତ୍ରୀଙ୍କ ଏଭଳି ନିବେଦନକୁ ଦିଲ୍ଲୀ, ମହାରାଷ୍ଟ୍ର, କୋଲକାତା, କର୍ଣ୍ଣାଟକ ସରକାର ସମାଲୋଚନା କରିଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ, ମୁମ୍ବାଇରେ ଗୋଟିଏ ଲିଟର ଡିଜେଲ ମୂଲ୍ୟରେ ୨୪.୩୮ ଟଙ୍କା କେନ୍ଦ୍ର ପାଇଁ ଏବଂ ୨୨.୩୭ ଟଙ୍କା ରାଜ୍ୟ ପାଇଁ ରହିଛି। ପେଟ୍ରୋଲ ମୂଲ୍ୟରେ ୩୧.୫୮ ପଇସା ହେଉଛି କେନ୍ଦ୍ରୀୟ ଟ୍ୟାକ୍ସ ଏବଂ ୩୨.୫୫ ପଇସା ହେଉଛି ରାଜ୍ୟ ଟ୍ୟାକ୍। ତେଣୁ ରାଜ୍ୟ ହେତୁ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହେଉଥିବା କହିବା ଠିକ ନୁହେଁ। ତୈଳ ଦର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରାଯାଇପାରିବ ନାହିଁ।

ସମ୍ବନ୍ଧିତ ଖବର