ଆସାମ ଓ ପୁଡୁଚେରୀରେ ବିଜେପି ସରକାର ଗଢିବା ସମ୍ଭାବନା

ନୂଆଦିଲ୍ଲୀ :ପଶ୍ଚିମବଙ୍ଗରେ ଟିଏମସି ବିପୁଳ ବିଜୟ ଅଭିମୁଖେ ଆଗଉଥିବାବେଳେ ଆସାମ ଓ ପୁଡୁଚେରୀରେ ବିଜେପି ସରକାର ଗଢିବା ନିଶ୍ଚିତ ଜଣାପଡ଼ୁଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସର୍ବଶେଷ ସୂଚନା ଅନୁସାରେ ଆସାମରେ ୧୧ ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ନେତୃତ୍ବାଧୀନ ଏନଡିଏ ୭୮ଟି ଆସନରେ ଓ କଂଗ୍ରେସ ମେଣ୍ଟ ୪୭ଟି ଆସନରେ ଆଗୁଆ ଚାଲିଛନ୍ତି । ୧୨୬ ଆସନ ବିଶିଷ୍ଟ ଆସାମରେ ସରକାର ଗଢିବା ପାଇଁ ୬୪ଟି ଆସନ ଆବଶ୍ୟକ ହେଉଥିବାବେଳେ ବିଜେପି ତାହାକୁ ଅତିକ୍ରମ କରିଯ଼ାଇଛି ।
ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଓ ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଯ଼ଥାକ୍ରମେ ମାଜୋଲି ଓ ଜାଲୁକବାରି ଆସନରେ ଆଗୁଆ ଚାଲିଥିବାବେଳେ ସିଏଏ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଇଥିବା ଅଖିଳ ଗୋଗୋଇ ଶିବସାଗର ଆସନରୁ ଆଗୁଆ ରହିଛନ୍ତି । ସେ ବିଜେପିର ସୁରଭୀ ରାଜକନଓ୍ବରଙ୍କଠାରୁ ୧୯୩୬ ଭୋଟରେ ଆଗୁଆ ଅଛନ୍ତି ।
ଅନ୍ୟପକ୍ଷରେ ପୁଡୁଚେରୀରେ ବିଜେପି ସରକାର ଗଢିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ବିଜେପି ୧୬ଟି ଆସନରେ ଓ କଂଗ୍ରେସ ୧୨ଟି ଆସନରେ ଆଗୁଆ ରହିଛି । ୩୦ ଆସନ ବିଶିଷ୍ଟ ପୁଡ଼ୁଚେରୀ ବିଧାନସଭାରେ ବହୁମତ ପାଇଁ ୧୬ଟି ଆସନ ଆବଶ୍ୟକ ।

ସମ୍ବନ୍ଧିତ ଖବର