ଉତ୍ତରପ୍ରଦେଶରେ କରୋନା ବାଣ୍ଟୁଛି ବିଜେପି : ଅଖିଳେଶଙ୍କ ଅଭିଯୋଗ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦୀ ବିଜେପି ଓ ସମାଜବାଦୀ ପାର୍ଟି (ସପା) ମଧ୍ୟରେ ଆରୋପ ପ୍ରତ୍ୟାରୋପ ବଢିଚାଲିଛି । ଆଜି ସପା ମୁଖ୍ୟ ଅଖିଳେଶ ଯାଦବ ବିଜେପି ଉପରେ କେତେକ ନୂଆ ଆରୋପ ଲଗାଇଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି ବିଜେପି କର୍ମୀମାନେ ପ୍ରାଚୀରପତ୍ର ବାଣ୍ଟୁଥିବାରୁ ତାହା ମାଧ୍ୟମରେ କରୋନା ସଂକ୍ରମଣ ବ୍ୟାପୁଛି । ଅନ୍ୟପ୍ରକାରେ କହିଲେ ବିଜେପି ସଂକ୍ରମଣ ବାଣ୍ଟୁଛି । ନିର୍ବାଚନ ଆୟୋଗ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଏହାକୁ ବନ୍ଦ କରିବାକୁ ସେ ନିବେଦନ କରିଛନ୍ତି ।

ଏହା ପୂର୍ବରୁ ସେ ଅଭିଯୋଗ କରିଥିଲେ ଯେ ଦିଲ୍ଲୀରୁ ମୁଜାଫରପୁରକୁ ତାଙ୍କ ହେଲିକପ୍ଟରକୁ ଉଡ଼ିବାକୁ ଦିଆଗଲା ନାହିଁ । କେନ୍ଦ୍ର ସରକାରଙ୍କ ଇଂଗିତରେ ଏପରି କରାଯାଇଥିବା ସେ କହିଥିଲେ । ବିଜେପି ନେତାଙ୍କ ହେଲିକପ୍ଟରକୁ ଅନୁମତି ଦିଆଯାଇଥିବାବେଳେ ତାଙ୍କ ହେଲିକପ୍ଟରକୁ ଅଟକାଇବାର କାରଣ କଣ ବୋଲି ସେ ପ୍ରଶ୍ନ କରିଥିଲେ । କିନ୍ତୁ ଅଖିଳେଶଙ୍କ ହେଲିକପ୍ଟରରେ ଇନ୍ଧନ ଭର୍ତ୍ତି କରିବା ଓ ଅତ୍ୟଧିକ ଏୟାର ଟ୍ରାଫିକ ଯୋଗୁଁ ତାଙ୍କ ହେଲିକପ୍ଟର ଅଟକି ରହିଥିଲା ବୋଲି ସରକାରୀ ସୁତ୍ରରୁ ପରେ ଜଣାପଡ଼ିଥିଲା ।

 

ସମ୍ବନ୍ଧିତ ଖବର