ବିଜେପି ଦେଶର ସବୁଠୁ ଧନୀ ଦଳ, ୨ୟରେ କଂଗ୍ରେସ : ଏଡିଆର ରିପୋର୍ଟ

ବିଜେଡିର ମୋଟ ସମ୍ପତ୍ତି ପରିମାଣ ୨୩୨ କୋଟି ଟଙ୍କା

ନୂଆଦିଲ୍ଲୀ : ବିଜେପି ଦେଶର ସବୁଠାରୁ ଧନୀ ରାଜନୈତିକ ଦଳ । ଏହାର ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୨୯୦୪ କୋଟି ଟଙ୍କା ହେବ । ସଂପତ୍ତି ଦୃଷ୍ଟିରୁ ୨ୟ ସ୍ଥାନରେ ରହିଛି କଂଗ୍ରେସ । ଏହାର ମୋଟ ସଂପତ୍ତିର ପରିମାଣ ପ୍ରାୟ ୯୨୮ କୋଟି ଟଙ୍କା ହେବ ବୋଲି ଅଟକଳ କରିଛି ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ।

ଓଡ଼ିଶାରେ ଶାସନକରୁଥିବା ବିଜୁ ଜନତା ଦଳ (ବିଜେଡି)ର ମୋଟ ସଂପତ୍ତି ପରିମାଣ ପ୍ରାୟ ୨୩୨.୨୭ କୋଟି ଟଙ୍କା ହେବ । ଏହା ମଧ୍ୟରୁ ୧୪୦ କୋଟି ଟଙ୍କାର ସ୍ଥାୟୀ ଜମା ଅନ୍ତର୍ଭୁକ୍ତ ବୋଲି ଏହି ରିପୋର୍ଟରେ ଅଟକଳ କରାଯାଇଛି ।

ଏଡିଆର ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟର ନାମ ରହିଛି ୨୦୧୮-୧୯ରେ ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକର ସଂପତ୍ତି ଓ ଋଣର ଅନୁଶୀଳନ ।

ଦେଶର ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ମୋଟ ସମ୍ପତ୍ତି ପରିମାଣ ପ୍ରାୟ ୭୩୭୨ କୋଟି ଟଙ୍କା ହେବ । ଏହା ମଧ୍ୟରୁ ଜାତୀୟ ଦଳଗୁଡ଼ିକର ସଂପତ୍ତି ପରିମାଣ ପ୍ରାୟ ୫୩୪୯ କୋଟି ଟଙ୍କା ଓ ଆଞ୍ଚଳିକ ଦଳଗୁଡ଼ିକର ମୋଟ ସମ୍ପତ୍ତି ପରିମାଣ ପ୍ରାୟ ୨୦୨୩ କୋଟି ଟଙ୍କା ହେବ ବୋଲି ଅଟକଳ କରିଛି ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ ।

ସମ୍ବନ୍ଧିତ ଖବର