ନୂଆଦିଲ୍ଲୀ : ଏନ୍ସିପି (ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି) ନେତା ଏବଂ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଆଜି କହିଛନ୍ତି, ବିଜେପି ମହାରାଷ୍ଟ୍ର ଏବଂ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନିଶାଣ କରିବା ପାଇଁ ଏନ୍ସିବିର ବ୍ୟବହାର କରୁଛି। ୨୬ଟି ବିବାଦୀୟ ମାମଲାର ଏନ୍ସିବି ତଦନ୍ତ କରିବା ଉଚିତ ବୋଲି ମଲିକ କହିଛନ୍ତି। ମନ୍ତ୍ରୀ ମଲିକ ମଧ୍ୟ ଦାବି କରିଛନ୍ତି ଯେ, ଜଣେ ପ୍ରମୁଖ ବିଜେପି ନେତା ଏନ୍ସିବି ସାକ୍ଷୀ କିରନ ଗୋସାବୀଙ୍କ ପତ୍ନୀଙ୍କ ସହ ଏକ ଘରୋଇ କମ୍ପାନିରେ ଅଂଶୀଦାର ଅଛନ୍ତି। ମଲିକ କହିଛନ୍ତି, ଏନ୍ସିବି ଦ୍ବାରା ହୋଇଥିବା ୨୬ଟି ମାମଲାକୁ ନେଇ ଯେଉଁ ଅଭିଯୋଗ ହୋଇଛି ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ୧୦୦ରୁ ଅଧିକ ନିରୀହ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଲଗାତାର ଭାବେ ୱାଙ୍ଖଡେଙ୍କୁ ଟାର୍ଗେଟ୍ କରି ଆସିଥିବା ମଲିକ ଆଜି ବିଜେପି ବିରୋଧରେ ଅଭିଯୋଗ ଆଣିଛନ୍ତି। ବିଜେପି ମହାରାଷ୍ଟ୍ର ଏବଂ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅପମାନିତ କରିବାକୁ ଚାହୁଛି ବୋଲି ସେ କହିଛନ୍ତି।
ବଲିଉଡ୍କୁ ଟାର୍ଗେଟ୍ ପାଇଁ ବିଜେପି ଏନ୍ସିବିକୁ ବ୍ୟବହାର କରୁଛି: ନବାବ ମଲିକ
/sambad/media/post_attachments/wp-content/uploads/2021/10/nawab-malik2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)