ଆଗାମୀ ତିନିଦିନ ମଧ୍ୟରେ ବିଜେପି ଜାରି କରିପାରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା, ଏହି ସାଂସଦଙ୍କ କଟିପାରେ ଟିକେଟ !

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତ ରାଜନୈତିକ ପାର୍ଟି ମନ୍ଥନ ଆରମ୍ଭ କରି ଦେଇଛନ୍ତି। ସାମଜବାଦୀ ଓ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ପରେ ଏବେ ସମସ୍ତଙ୍କ ନଜର ବିଜେପି ଉପରେ ରହିଛି। ବିଜେପି କେବେ ନିଜର ପ୍ରାର୍ଥୀ ତାଲିକାର ଘୋଷଣା କରିବ?

ଏହି କ୍ରମରେ ଉତ୍ତରପ୍ରଦେଶର ବିଜେପି ଅଧ୍ୟକ୍ଷ ମହେନ୍ଦ୍ରନାଥ ପାଣ୍ଡେୟ ଏକ ବଡ଼ ବୟାନ ଦେଇଛନ୍ତି। ମହେନ୍ଦ୍ରନାଥ ପାଣ୍ଡେୟଙ୍କ କହିବାନୁସାରେ, ଆଗାମୀ ୩ଦିନ ମଧ୍ୟରେ ବିଜେପି ଉତ୍ତରପ୍ରଦେଶର ଲୋକସଭା ସିଟ୍‌ ପାଇଁ ଯେଉଁନାମ ରହିଛି ସେମାନଙ୍କ ତାଲିକା ଜାରି କରିବ। ବିଜେପି ପ୍ରାର୍ଥୀଙ୍କ ତାଲିକା ଜାରି ହେବା ପୂର୍ବରୁ ଚଳିତ ଥର ଅନେକ ସାଂସଦଙ୍କ ଟିକେଟ କଟିବା ନେଇ ଜାରଦାର ଆଲୋଚନା ଆରମ୍ଭ ହୋଇଯାଇଛି। ଉତ୍ତରପ୍ରଦେଶରେ ବର୍ତ୍ତମାନ ୨୦ରୁ ୨୫ ସାଂସଦଙ୍କ ଟିକେଟ ପାର୍ଟି କାଟିବା ମୁଡରେ ରହିଛି ବୋଲି ଶୁଣିବାକୁ ମିଳୁଛି।

ଉତ୍ତରପ୍ରଦେଶରେ ଏହି ସିଟଗୁଡ଼ିକରୁ ବିଜେପି ସାଂସଦ ଟିକେଟ କାଟି ପାରେ !

ଆମ୍ବେଦକରନଗର, ହରଦୋଇ, ଜୌନପୁର, ଘୋସି, ମଛଲିସହର, ଶ୍ରାବସ୍ତି, ସନ୍ଥକବୀରନଗର,ସୁଲତାନପୁର, ପ୍ରତାପଗଢ଼, ପ୍ରୟାଗରାଜ ଓ କାନପୁର।

ତେବେ ମାର୍ଚ୍ଚ ୧୬ରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ପଶ୍ଚିମବଙ୍ଗର ଅଧାରୁ ଅଧିକ ଲୋକସଭା ସିଟ୍‌ଗୁଡ଼ିକ ପାଇଁ ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ବିଜେପି ଘୋଷଣା କରିବାକୁ ଯାଉଛି । ଏ ନେଇ ଦଳ ମଧ୍ୟରେ ଜୋରଦାର ଆଲୋଚନା ଚାଲୁ ରହିଥିବା ବେଳେ ୮୦-୯୦ ସାଂସଦଙ୍କ ଟିକେଟ କଟିପାରେ ବୋଲି ସୂଚନା ମିଳିଛି । ତେବେ ଏ ନେଇ ବିଜେପି ପକ୍ଷରୁ କୌଣସି ଅଧିକାରିକ ଘୋଷଣା କରାଯାଇ ନାହିଁ ।

 

 

 

 

 

ସମ୍ବନ୍ଧିତ ଖବର