ଦଳୀୟ କର୍ମୀଙ୍କୁ ହତ୍ୟା ପ୍ରତିବାଦରେ କୋଲକାତାରେ ରାସ୍ତାକୁ ଓହ୍ଲାଇଲା ବିଜେପି, ଅଟକାଇବା ପାଇଁ ପୁଲିସ ପ୍ରୟୋଗ କଲା ଲୁହ ବୁହା ବାଷ୍ପ

କୋଲକାତା : ବୁଧବାର କୋଲକାତା ପୁଲିସ ମୁଖ୍ୟାଳୟ ଆଗରେ ବିଜେପି କାର୍ଯ୍ୟକର୍ତ୍ତାମାନେ ବଡ଼ ଧରଣର ଆନ୍ଦୋଳନ କରିଛନ୍ତି । ରାଜ୍ୟରେ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଉଥିବା ନେଇ ଏହି ଆନ୍ଦୋଳନ କରାଯାଇଥିବା ବେଳେ ପ୍ରଥମେ ପୁଲିସ ଭିଡ଼କୁ ଘଉଡ଼ାଇବା ପାଇଁ ବ୍ୟାରିକେଡ୍‌ ରଖିଥିଲା । ତେବେ ବ୍ୟାରିକେଡ୍‌ ଭାଙ୍ଗି କାର୍ଯ୍ୟକର୍ତ୍ତାମାନେ ମୁଖ୍ୟାଳୟ ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ଦେଖି ପୁଲିସ ଲୁହବୁହା ବାଷ୍ପର ପ୍ରୟୋଗ କରାଯିବା ସହ ପାଣି ମାଡ଼ କରିଥିଲା ପୁଲିସ ।

ଏହି ଆନ୍ଦୋଳନ ପାଇଁ ଜନଜୀବନ ବ୍ୟାହାତ ହୋଇଥିବା ବେଳେ ଏହି ସମୟର କିଛି ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଠି ବିଜେପି କାର୍ଯ୍ୟକର୍ତ୍ତାମାନେ ଦଳୀୟ  ପତାକା ଧରି ବ୍ୟାରିକେଡ୍‌ ଉପରେ ଚଢ଼ିବା ସହ ବ୍ୟାରିକେଡ୍‌ ଭାଙ୍ଗୁଥିବା ଦେଖା ଯାଇଛି । ଭିଡ଼କୁ ଭାଙ୍ଗିବା ପାଇଁ ପୁଲିସ ପାଣି ମାଡ଼ କରିଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ପଡ଼ିନାହିଁ । ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ବିଜେପି ମୁଖ୍ୟ କୈଲାଶ ବିଜୟଭାରଗିୟ, ଲକେଟ ଚାଟାର୍ଜି ଏବଂ ଦଳର ଅନ୍ୟ ନେତାମାନେ ଏବେ କୋଲାକାତା ପୁଲିସ ମୁଖ୍ୟାଳୟ ଆଗରେ ବସି ଧାରଣା ଦେବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର