ନୂଆଦିଲ୍ଲୀ: ୨୪’ ଫାଇନାଲ ପୂର୍ବରୁ ୨୩’ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି । ରବିବାର ଆସୁଥିବା ୪ଟି ରାଜ୍ୟର ନିର୍ବାଚନୀ ଫଳାଫଳରୁ ୩ଟି ରାଜ୍ୟରେ ବିଜେପି ଆଗୁଆ ରହିଛି । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ସରକାରକୁ ଫେରୁଥିବା ଦେଖିବାକୁ ମିଳୁଥିବା ବେଳେ, ଛତିଶଗଡରେ କଂଗ୍ରେସକୁ ଟକ୍କର ଦେଇ ଆଗୁଆ ରହିଛି ବିଜେପି ।

Advertisment

ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ମଧ୍ୟପ୍ରଦେଶର ୨୩୦ ଆସନରୁ ୧୪୦ ସିଟରେ ଆଗୁଆ ରହିଛି ବିଜେପି । ସେହିପରି ଛତିଶଗଡର ୯୦ ଆସନରୁ ୫୧ ଆସନ ଏବଂ ରାଜସ୍ଥାନର ୧୯୯ ଆସନରୁ ୧୦୯ ସିଟରେ ଆଗୁଆ ରହିଛି ଭାରତୀୟ ଜନତା ପାର୍ଟି । ତେବେ ୪ଟି ରାଜ୍ୟରୁ ୩ଟି ରାଜ୍ୟରେ ବିଜେପିକୁ ସଫଳତା ମିଳିବା ପରେ ଦଳୀୟ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ୩ଟି ରାଜ୍ୟରେ ମୋଦୀ ମ୍ୟାଜିକ୍ କାମ କରିଥିବା କୁହାଯାଉଛି ।