ବିଜେପି ନେତାଙ୍କ ବିବାଦୀୟ ବୟାନ; ଏଥର ଧନତେରସରେ ସୁନା ନୁହେଁ ଖଣ୍ଡା କିଣ

ନୂଆଦିଲ୍ଲୀ: ଏକ ବିବାଦୀୟ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚା ପାଲଟିଛନ୍ତି ଭାରତୀୟ ଜନତା ପାର୍ଟିର ନେତା ଗଜରାଜ ରାଣା। ଉତ୍ତରପ୍ରଦେଶସ୍ଥିତ ଦେଓବନ୍ଧ ସହରର ବିଜେପି ଅଧ୍ୟକ୍ଷ ରାଣା କହିଛନ୍ତି କି ଏଥର ଧନତେରସରେ ସୁନା ବଦଳରେ ଲୋକେ ଖଣ୍ଡା କିଣିବା ଉଚିତ। ସେ ଅଯୋଧ୍ୟା ରାମ ମନ୍ଦିର ପ୍ରସଂଗରେ ହିନ୍ଦୁମାନଙ୍କୁ ଖଣ୍ଡା କିଣିବାକୁ ମତେଇଥିବା ଜାଣିବାକୁ ମିଳିଛି। ସୁପ୍ରିମ କୋର୍ଟଙ୍କ ରାୟ ପ୍ରକାଶ ପାଇବା ପୂର୍ବରୁ ହାତରେ ଖଣ୍ଡା ରହିବା ଉଚିତ ବୋଲି ରାଣା କହିଛନ୍ତି।

ଅଯୋଧ୍ୟା ପ୍ରସଂଗର ଶୁଣାଣି କରି ସୁପ୍ରିମ୍‌କୋର୍ଟ ରାୟ ସଂରକ୍ଷିତ ରଖିବା ପରେ ସେ ଏପରି ମତ ରଖିଛନ୍ତି। ଗଣମାଧ୍ୟମରେ ନିଜର ମତ ରଖି ରାଣା କହିଛନ୍ତି, ‘ଦେଶବାସୀ ଚାହୁଁଛନ୍ତି କି ଅଯୋଧ୍ୟାରେ ଭଗବାନ ରାମଚନ୍ଦ୍ରଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଉ। ଫଳରେ ଲୋକେ ଶ୍ରୀରାମଚନ୍ଦ୍ରଙ୍କୁ ଆନନ୍ଦରେ ଦର୍ଶନ କରିପାରିବେ।

India Today

ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ଦୀପାବଳି ପୂର୍ବରୁ ଧନତେରସ ପଡ଼େ। ଏହି ଦିନରେ ଲୋକେ ସୁନା କିମ୍ବା କୌଣସି ଧାତୁ କିଣିଥାନ୍ତି। ପରମ୍ପରା ଅନୁସାରେ ଲୋକମାନେ ବାସନକୁସନ ବି କିଣିଥାନ୍ତି ଘର ପାଇଁ। ଚଳିତବର୍ଷ ଅକ୍ଟୋବର ୨୫ ତାରିଖରେ ଧନତେରସ ପଡୁଛି।

ସମ୍ବନ୍ଧିତ ଖବର