ଅମୃତସର: ଭାରତୀୟ ରେଳବାଇରେ ଲାଗିରହିଥିବା ସମସ୍ୟା ସୁଧୁରୁନଥିବା ବେଳେ ସାଧାରଣ ଟ୍ରେନ୍ ଯାତ୍ରୀମାନେ ସର୍ବଦା ହଟହଟାର ଶିକାର ହେଉଛନ୍ତି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ପୀୟୂଷ ଗୋଏଲ୍ ବୁଲେଟ୍ ଟ୍ରେନ୍ କଥା ଛାଡ଼ି ସାଧାରଣ ଟ୍ରେନ୍ ସମ୍ପର୍କରେ ଅଧିକ ଚିନ୍ତା କରନ୍ତୁ ବୋଲି ବରିଷ୍ଠ ବିଜେପି ନେତ୍ରୀ ଲକ୍ଷ୍ମୀକାନ୍ତା ଚାୱଲା କହିଛନ୍ତି। ସରଜୁ-ଯମୁନା ଏକ୍ସପ୍ରେସ୍ରେ ଗତ ୨୨ ତାରିଖରେ ରେକର୍ଡ ହୋଇଥିବା ଏକ ଭିଡିଓ ବାର୍ତ୍ତାରେ ଚାୱଲା ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ ଅମୃତସରରୁ ଅଯୋଧ୍ୟା ଯାତ୍ରା କରିବାକୁ ବାହାରିଥିବା ବେଳେ ଟ୍ରେନ୍ ୩ ଘଣ୍ଟା ବିଳମ୍ବରେ ଥିବାରୁ ଏଭଳି ମନ୍ତବ୍ୟ ଦେଇଛନ୍ତି।
ବିଜେପି ନେତ୍ରୀଙ୍କ କଟାକ୍ଷ, ମୋଦୀ ବୁଲେଟ୍ ଟ୍ରେନ୍ ଚିନ୍ତା ଛାଡ଼ନ୍ତୁ
/sambad/media/post_attachments/wp-content/uploads/2018/12/11-Modi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)