କେନାଲରେ ଭାସୁଥିବା ଅବସ୍ଥାରେ ମିଳିଲା ବିଜେପି ନେତାଙ୍କ ମୃତଦେହ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନା ଧରୁନାହିଁ | ରାଜ୍ୟରେ ଜଣେ ପରେ ଜଣେ ବିଜେପି ନେତାଙ୍କ ହତ୍ୟା ହେବାରେ ଲାଗିଛି | ଆଜି ହୁଗଳିର ଗୟାଘାଟ କେନାଲରେ ଜଣେ ବିଜେପି ନେତାଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା | ଏହି ନେତାଙ୍କ ନାମ କାଶୀନାଥ ଘୋଷ ହୋଇଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି | ଅନ୍ୟପଟେ ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ଏହି ହତ୍ୟାକାଣ୍ଡ ପଛରେ ତୃଣମୂଳ କଂଗ୍ରେସ କର୍ମୀଙ୍କର ହାତ ରହିଛି |

ବିଜେପି ପକ୍ଷରୁ କୁହାଯାଇଛି ଯେ କାଶୀନାଥ ଘୋଷ ଦଳର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଥିଲେ | ତାଙ୍କର ଲୋକପ୍ରିୟତା ବଢୁଥିବା ଦେଖି ତୃଣମୂଳ କଂଗ୍ରେସର କର୍ମୀମାନେ ତାଙ୍କୁ ହତ୍ୟା କରିଛନ୍ତି | ତେବେ ଏହାକୁ ତୃଣମୂଳ କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଛି |

ଦଳ ପକ୍ଷରୁ କୁହାଯାଇଛି ଯେ କୌଣସି ବ୍ୟକ୍ତିଗତ ଶତ୍ରୁତା ପାଇଁ ତାଙ୍କୁ କେହି ହତ୍ୟା କରିଥାଇପାରନ୍ତି | ଏଠାରେ ସୂଚନା ଥାଉ କି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି | ତୃଣମୂଳ କଂଗ୍ରେସ ଓ ବିଜେପିର କର୍ମୀ ପରସ୍ପରକୁ ଆକ୍ରମଣ କରୁଛନ୍ତି |

ସମ୍ବନ୍ଧିତ ଖବର