କଂଗ୍ରେସକୁ ଭୋଟ୍‌ ଦେବାରୁ ସମ୍ପର୍କୀୟଙ୍କୁ ଗୁଳି କଲେ ବିଜେପି ନେତା

ଚଣ୍ଡିଗଡ଼: ହରିୟାଣାର ଜଣେ ବିଜେପି ନେତାଙ୍କ ସମ୍ପର୍କୀୟ କଂଗ୍ରେସରେ ଭୋଟ୍‌ ଦେବାରୁ ବିଜେପି ନେତା ଜଣଙ୍କ ତାଙ୍କ ଉପରକୁ ଗୁଳି ଚଳାଇଛନ୍ତି। ବିଜେପିକୁ ଭୋଟ୍‌ ନ‌ଦେଇ କଂଗ୍ରେସରେ ଭୋଟ୍‌ ଦେବାରୁ ହରିୟାଣା ବିଜେପି ନେତା‌ ଧର୍ମେନ୍ଦ୍ର ସିଲାନି ତାଙ୍କର ଜଣେ ସମ୍ପର୍କୀୟ ରାଜା ସିଂହଙ୍କ ଉପରକୁ ୩ ରାଉଣ୍ଡ୍‌ ଗୁଳି ଚଳାଇଥିଲେ। ଗୁଳି ତାଙ୍କ ଗୋଡ଼ରେ ଏବଂ ପେଟରେ ବାଜିଥିବାବେଳେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟା‌ବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ପୁଲିସ ଏନେଇ ବିଜେପି ନେତା ସିଲାନିଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର