ଶ୍ରୀନଗର: ମଙ୍ଗଳବାର ଦିନ କଠୁଆ ଜିଲ୍ଲାରେ ଅତି ରହସ୍ୟମୟ ପରିସ୍ଥିତିରେ ଗୋଟାଏ ଗଛରୁ ଫାଶୀରେ ଝୁଲିଥିବା ଜଣେ ‘ବିଜେପି’ ନେତାଙ୍କ ଶବ ଉଦ୍ଧାର କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ଘଟଣାର ତଦନ୍ତ ନିମନ୍ତେ ପୁଲିସ ‘ସ୍ବତନ୍ତ୍ର ତଦନ୍ତକାରୀ ଦଳ’ (ଏସ୍ଆଇଟି) ଗଠନ କରିଛି।
ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ସୋମାବର ସକାଳେ ହୀରାନଗର ସହରସ୍ଥିତ ତାଙ୍କ ଘରଠାରୁ କିଛି ଦୂରରେ ଥିବା ଗଛରେ ‘ବିଜେପି’ ନେତା ସୋମ ରାଜ୍ଙ୍କ ଶବ ଫାଶୀରେ ଝୁଲିଥିବା ଥିବା ଦେଖି ଜଣେ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ସୋମ ରାଜ୍ଙ୍କ ଶବରେ ରକ୍ତଦାଗ ଲାଗିଥିଲା।
ପ୍ରାପ୍ତ ସୂଚନା ଅନୁସାରେ, ଗତ ୩ ଦିନ ହେବ ରାଜ୍ ନିରୁଦ୍ଦିଷ୍ଟ ଥିଲେ। ସେ ନିଖୋଜ ହେବା ସଂକ୍ରାନ୍ତରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
SSP Kathua RC Kotwal; Image Courtesy of ANIକଠୁଆର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଆର୍. ସି. କୋଟ୍ୱାଲ୍ ସାମ୍ବାଦିକମାନଙ୍କୁ କହିଛନ୍ତି, ‘ବିଜେପି’ ନେତାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଲାଗି ଜଣେ ସବ୍-ଡିଭିଜିନାଲ୍ ପୁଲିସ ଅଧିକାରୀଙ୍କ ନେତୃତ୍ବରେ ‘ଏସ୍ଆଇଟି’ ଗଠନ କରାଯାଇଛି। ରାଜ୍ଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ରାଜ୍ଙ୍କ ପରିବାରର ଜଣେ ସଦସ୍ୟଙ୍କୁ ବି ପଚରାଉଚରା କରାଯିବ।
ରଜ୍ଙ୍କ ଶବ ହସ୍ତାନ୍ତର କରାଯିବା ପରେ ପରିବାରବର୍ଗ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ପରିବାର ଲୋକେ ବିଚାର ଚାହିଁଛନ୍ତି। ରାଜ୍ଙ୍କ ଘରକୁ ଯାଇଥିବା ଅନେକ ‘ବିଜେପି’ ନେତା ମଧ୍ୟ ତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/9d1885ba-eb6a-4373-879f-6f96145590d7.jpg)