ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତର ଦିନକ ପୂର୍ବରୁ ତାମିଲନାଡୁର ଚେନ୍ନାଇରେ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି | ମୃତକଙ୍କ ନାମ ବାଲାଚାନ୍ଦର(୩୦) ଥିବାବେଳେ ସେ ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜାତି ଶାଖା ଚେନ୍ନାଇର କେନ୍ଦ୍ରୀୟ ଜିଲ୍ଲା ସଚିବ ଥିଲେ। ବାଲାଚାନ୍ଦଙ୍କୁ ଏକ ଅଜ୍ଞାତ ଗ୍ୟାଙ୍ଗ ହତ୍ୟା କରିଛି। ଏହି ଆକ୍ରମଣରେ ଆହତ ହେବା ପରେ ତାଙ୍କୁ ରାଜୀବ ଗାନ୍ଧୀ ସରକାରୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏହି ଘଟଣାକୁ ନେଇ ସ୍ଥାନୀୟ ଚିନ୍ତାଡ଼ରିପେଟ ଥାନା ଅଧିକାରୀ କହିଛନ୍ତି, “ମୁଖ୍ୟ ରାସ୍ତାଠାରୁ ଦୂରରେ ଥିବା ଏକ ଗଳି ରାସ୍ତାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ହତ୍ୟାକାଣ୍ଡ ବାବଦରେ ବିସ୍ତୃତ ତଥ୍ୟ ସଂଗ୍ରହ କରୁଛୁ |
ଏହି ହତ୍ୟାକାଣ୍ଡ ଗତକାଲି ସନ୍ଧ୍ୟା ୬ରୁ ୭ଟା ମଧ୍ୟରେ ଘଟିଛି। ସେ କହିଛନ୍ତି ଯେ ପାରିବାରିକ ବିବାଦ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି | ମିଳିଥିବା ଖବର ଅନୁଯାୟୀ, ବାଲାଚାନ୍ଦର୍ ଏକ ଦୋକାନରେ ଥିବାବେଳେ ସନ୍ଧ୍ୟା ୭.୩୦ ସମୟରେ ଏହି ଘଟଣା ଘଟିଥିଲା। କିଛି ଦୃବୁର୍ତ୍ତ ତାଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସୂଚନା ଥାଉ କି ଆସନ୍ତାକାଲି ଚେନ୍ନାଇ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ |
ଜେଏଲଏନ୍ ଇନଡୋର ଷ୍ଟାଡିୟମରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୧,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ କୁହାଯାଇଛି ଯେ ଏହି ପ୍ରକଳ୍ପଗୁଡିକ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ସମୃଦ୍ଧିକୁ ସୁଦୃଢ କରିବାରେ ସାହାଯ୍ୟ କରିବ | ଅନେକ କ୍ଷେତ୍ର ଉପରେ ପରିବର୍ତ୍ତନଶୀଳ ପ୍ରଭାବ ପକାଇବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Chennai-BJP-Balachander-Killed.jpg)