ନୂଆଦିଲ୍ଲୀ: ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ବିଜେପି ନେତା ଲାଲକୃଷ୍ଣ ଆଡଭାନୀ। ଗତକାଲି ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ମାସରେ ସେ ତାଙ୍କର ୯୭ ତମ ଜନ୍ମଦିନ ପାଳନ କରିଥିଲେ। ଆଡଭାନୀ ଗତ କିଛି ମାସ ମଧ୍ୟରେ ବାରମ୍ବାର ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି।

Advertisment

ଗତ ଜୁଲାଇରୁ ନେଇ ଏବେ ସୁଦ୍ଧା ସେ ଚତୁର୍ଥ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଏହାପୂର୍ବରୁ ଦିଲ୍ଲୀର ଉଭୟ ଆପୋଲୋ ହସ୍ପିଟାଲ ଏବଂ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରେ ଚିକିତ୍ସିତ ହୋଇଥିଲେ।

ବିଜେପି ମୁଖପାତ୍ର କେ କୃଷ୍ଣ ସାଗର ରାଓ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରି  ଆଡଭାନୀଙ୍କୁ ଆମର ଉଚ୍ଚତମ ନେତା ବୋଲି କହିଛନ୍ତି ରାଓ ଏକ ଏକ୍ସ ପୋଷ୍ଟ କହିଛନ୍ତି, "ମୁଁ ଆମର ଉଚ୍ଚତମ ନେତା  ଏଲ.କେ ଆଡଭାନୀ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରାର୍ଥନା କରୁଛି।’’

୧୯୨୭ ମସିହା ନଭେମ୍ବର ୮ ତାରିଖରେ କରାଚିରେ ଜନ୍ମଗ୍ରହଣ କରିଥିବା  ଆଡଭାନୀ ୧୯୪୨ ମସିହାରେ ରାଷ୍ଟ୍ରିୟ ସ୍ବୟମ୍‌ ସେବକ ସଂଘରେ ଯୋଗ ଦେଇଥିଲେ। ସେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ୧୯୯୯ ରୁ ୨୦୦୪ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

ଚଳିତବର୍ଷ ମାର୍ଚ୍ଚ ମାସରେ  ଆଡଭାନୀଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିଥିଲେ।