ବିଜେପି ସାଂସଦଙ୍କ ବିବାଦୀୟ ବୟାନ : ଗଡ଼ସେ ଜଣଙ୍କୁ ହତ୍ୟା କରିଥିଲେ କିନ୍ତୁ ରାଜୀବ ଗାନ୍ଧୀ ୧୭,୦୦୦ଲୋକଙ୍କୁ ହତ୍ୟା କରିଥିଲେ

ନୂଆଦିଲ୍ଲୀ : ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ନେଇ ଏବେ ବିବାଦ ଜୋର ଧରିଛି । ବିଭିନ୍ନ ଦଳର ନେତାମାନେ ନାଥୁରାମଙ୍କୁ ନେଇ ଭିନ୍ନ ଭିନ୍ନ ବୟାନ ଦେଇଥିବା ବେଳେ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କ ବୟାନକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି । ଗତକାଲି ନାଥୁରାମଙ୍କୁ ଦେଶଭକ୍ତ ବୋଲି କହି ସାଧ୍ୱୀ ପ୍ରଜ୍ଞା ନୂଆ ବିବାଦ ଆରମ୍ଭ କରି ଦେଇଥିଲେ । ଆଜି ପୁଣି ବିଜେପି ସାଂସଦ ନଲିନ କୁମାର କଟିଲ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ।

oneindia.com

ଟୁଇଟ୍‌ କରି, ଗଡ଼ସେ ଜଣଙ୍କୁ, କସାବ ୭୨ଜଣଙ୍କୁ ଏବଂ ରାଜୀବ ଗାନ୍ଧୀ ୧୭,୦୦୦ଲୋକଙ୍କୁ ହତ୍ୟା କରିଥିଲେ । ଏବେ ଆପଣ ନିଷ୍ପତ୍ତି ନିଅନ୍ତୁ କି ସବୁଠାରୁ କ୍ରୁର କିଏ ? ବୋଲି ପ୍ରଶ୍ନ କରିଛନ୍ତି କଟିଲ । ତେବେ ତାଙ୍କର ଏଭଳି ଟୁଇଟ୍‌କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତାଙ୍କର ଏଭଳି ବୟାନ ଏବେ ନିର୍ବାଚନୀ ମାହୋଲକୁ ଆହୁରି ଗରମ କରିଛି । କଟିଲ ଦକ୍ଷିଣ କନ୍ନଡ଼ରୁ ଲୋକସଭା ନିର୍ବାଚନ ଳଢ଼ୁଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର