ମହାରାଷ୍ଟ୍ରରେ ବିଜେପି ହିଁ ଗଠନ କରିବ ସରକାର: ବିଜେପି ନେତା ନାରାୟଣ ରାଣେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ୧୯ ଦିନ ପରେ ବି କୌଣସି ଦଳ ସରକାର ଗଠନ କରିବାକୁ ସମର୍ଥ ନଥିବାରୁ ଶେଷରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି | ତେବେ ଏହା ପରେ ବିଜେପି ନେତା କହିଛନ୍ତି ଯେ ଖୁବ ଶୀଘ୍ର ମହାରାଷ୍ଟ୍ରରେ ବିଜେପିର ସ୍ଥିର ସରକାର ହେବାକୁ ଯାଉଛି | ବିଜେପି ନେତା ନାରାୟଣ ରାଣେ କହିଛନ୍ତି ଯେ ଶିବସେନା ଗଠବନ୍ଧନ ଧର୍ମ ପାଳନ କରିନାହିଁ | ଶିବସେନାକୁ ଏନସିପି-କଂଗ୍ରେସ ମେଣ୍ଟ ଭକୁଆ ବନାଉଛି |

ନାରାୟଣ ରାଣେ କହିଛନ୍ତି ଯେ ରାଜ୍ୟରେ ବିଜେପିର ସରକାର କରାଯିବା ନେଇ ପୁରା ପ୍ରୟାସ କରାଯିବ | ଖୁବ ଶୀଘ୍ର ୧୪୫ ଜଣ ସମର୍ଥନ ସହ ରାଜ୍ୟପାଳଙ୍କ ପାଖରେ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରାଯିବ |

ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ଖୁବ ଶୀଘ୍ର ମହାରାଷ୍ଟ୍ର ଏକ ସ୍ଥିର ସରକାର ପାଇବାକୁ ଯାଉଛି | ଏଠାରେ ସୂଚନା ଥାଉ କି ଗତକାଲି ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଏନ୍‌ସିପି-ଶିବସେନା-କଂଗ୍ରେସ ମଧ୍ୟରେ ସହମତିର ଅଭାବ ଯୋଗୁଁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।

ସମ୍ବନ୍ଧିତ ଖବର