ନୂଆଦିଲ୍ଲୀ: ମୁଁ ଖୁଣ୍ଟ ପୋତିଦେଲେ ମୋଦୀଜୀ ବି ହଲାଇ ପାରିବେ ନାହିଁ। ଏଭଳି ବୟାନ ଦେଇ ଚର୍ଚ୍ଚାରେ ରାଜ୍ୟସଭାର ପୂର୍ବତନ ସାଂସଦ ତଥା ଭାରତୀୟ ଜନତା ଦଳର ନେତା ଓମ ମାଥୁର। ବିଜେପି ନେତାଙ୍କ ଏଭଳି ବିବୃତି ପରେ ଭାରତୀୟ ଜନତା ପାର୍ଟିରେ ଆଲୋଡ଼ନ ସୃଷ୍ଟି ହୋଇଛି। ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ରାଜସ୍ଥାନରେ ଜନ ଆକ୍ରୋଶ ରାଲି କରୁଛି। ଏହି ରାଲିରେ ଯୋଗ ଦେଇ ମାଥୁର ନିଜର ଏଭଳି ବୟାନ ରଖିଥିବା ସାମ୍ନାକୁ ଆସିଛି।

Advertisment

ନିର୍ବାଚନରେ ଟିକେଟ ଦେବା ପ୍ରସଙ୍ଗ ଉଠିବା ପରେ ଓମ ମାଥୁର କହିଥିଲେ, ମୁଁ ଯାହାକୁ ଟିକେଟ ଦେବି, ତା’ଠାରୁ କେହି ଟିକେଟ ଛଡାଇ ପାରିବେ ନାହିଁ।ସୂଚନାନୁସାରେ, ରାଜସ୍ଥାନର ନାଗୌରରେ ଥିବା ପରବତସର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ସଦସ୍ୟ ଓମ ମାଥୁର ଏକ ବୈଠକକୁ ସମ୍ବୋଧିତ କରିଥିଲେ। ଜନ ଆକ୍ରୋଶ ରାଲିକୁ ନେଇ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ସମୟରେ ଓମ ମଥୁର ବୈଠକରେ କହିଥିଲେ ଯେ, ମୁଁ ଯାହାକୁ ଟିକେଟ ଦେବି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟିକେଟ୍ କାଟି ପାରିବେ ନାହିଁ।

ବିଜେପି ନେତା ଓମ ମାଥୁରଙ୍କ ଏଭଳି ବିବୃତି ସାମ୍ନାକୁ ଆସିବା ପରେ ଦଳର ଯୁବକର୍ମୀମାନେ ଅସନ୍ତୋଷ ପ୍ରକାଶ କରୁଥିବା ଜଣାପଡ଼ିଛି। ମାଥୁରଙ୍କର ଏହି କଥାକୁ ତାଙ୍କ ଦଳ ହିଁ ପସନ୍ଦ କରୁନାହିଁ।