ଲାଲୁଙ୍କୁ ଭେଟିଲେ ଶତୃଘ୍ନ, କହିଲେ ଆମେ ଏକା ପରିବାରର ଲୋକ!

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବିଦ୍ରୋଦୀ ନେତା ଶତୃଘ୍ନ ସିହ୍ନା ଆଜି ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି। ଶତୃଘ୍ନଙ୍କର ଏହି ସାକ୍ଷାତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ବୋଲି ସେ ସଫେଇ ଦେଇଥିଲେ ହେଁ ବିଭିନ୍ନ ମହଲରେ ଏହି ହାଇପ୍ରୋଫାଇଲ୍‌ ସାକ୍ଷାତ୍‌ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲାଖୋଲି ସମାଲୋଚନା କରିବାକୁ ପଛାଇ ନ ଥିବା ଶତୃଘ୍ନ ସିହ୍ନା ଜଣେ ବିହାରୀ ନେତା। ସାକ୍ଷାତ୍‌ ନେଇ ସିହ୍ନା କହିଛନ୍ତି କି ଲାଲୁ ଓ ମୁଁ ଗୋଟିଏ ପରିବାରର ଲୋକ ଭଳି। ଯେହେତୁ ସେ ଜେଲ୍‌ରେ ଅଛନ୍ତି ତେଣୁ ମୁଁ ତାଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ୍‌ କରିବାକୁ ଆସିଥିଲି। ଲାଲୁଙ୍କ ସହ ଭେଟ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ENI

ଆର୍‌ଜେଡ଼ି ସୁପ୍ରିମୋଙ୍କୁ ଦୁମ୍‌କା ଟ୍ରେଜେରି ମାମଲାରେ ଦଣ୍ଡାଦେଶ ଘୋଷଣା ହେବାର କିଛି ଘଣ୍ଟା ପରେ ଶତୃଘ୍ନ ଲାଲୁଙ୍କ ଭେଟିଥିଲେ। ତାଙ୍କ ସହ ସମାଜବାଦୀ ପାର୍ଟି ସାଂସଦ କରଣମୟ ନନ୍ଦ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧ କାନ୍ତ ସହାୟ ମଧ୍ୟ ଥିଲେ। ତେବେ ରାଜନୈତିକ ମହଲରେ ଏହି ସାକ୍ଷାତ୍‌କୁ ଗୁରୁତ୍ୱ ଦିଆଯାଉଛି।
ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଭାରତୀୟ ପେନାଲ୍‌ କୋଡ଼୍‍ର ଦଫା ଅନୁସାରେ ୭ ବର୍ଷ ଜେଲ୍‌ ଓ ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଥିବାବେଳେ ଦୁର୍ନୀତି ନିବାରଣ ଆଇନର ଦଫା ଅନୁସାରେ ଆଉ ୭ ବର୍ଷ ଜେଲ୍‌ ଓ ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ସମ୍ବନ୍ଧିତ ଖବର