ପାଟନା : ଉପ ନିର୍ବାଚନ ଫଳ ପ୍ରକାଶ ପାଇବାର ପରଦିନ ବିହାରରେ ହିଂସା ଦେଖାଦେଇଛି। ବିଜେପି ନେତା ସଂଜୀବ ମିଶ୍ର (୫୫)ଙ୍କୁ କତିହାର ଜିଲ୍ଲାରେ ସୋମବାର ଦିନ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା କରାଯାଇଛି। ବିଜେପି ନେତା ତାଙ୍କ ଘର ସାମ୍ନାରେ ଠିଆ ହୋଇଥିବାବେଳେ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଅତି ନିକଟରୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ବଳରାମପୁରର ଟେଲଟା ହାଇସ୍କୁଲ ନିକଟରେ ଏହି ଘଟଣା ଘଟିଛି। ଗୁଳିଶବ୍ଦ ଶୁଣି ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକମାନେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ତାଙ୍କର ମୃତ୍ୟୁ ହୋଇଯାଇଛି।
ଏହି ଘଟଣାପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକ ଆନ୍ଦୋଳନ କରିଛନ୍ତି ଏବଂ ରାସ୍ତାରୋକ କରିଛନ୍ତି। ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାପାଇଁ ସମ୍ପୃକ୍ତ ଅଞ୍ଚଳରେ ଏବେ ବିପୁଳ ପୁଲିସ ମୁତୟନ ହୋଇଛନ୍ତି। ବିଜେପି ନେତାମାନେ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରାକିଶୋର ପ୍ରସାଦ ଉକ୍ତ ଘଟଣାରେ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ବିଜେପି ମୁଖପାତ୍ର ନିଖିଲ ଆନନ୍ଦ କହିଛନ୍ତି, ମହାମେଣ୍ଟ ସରକାର କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ ରାଜନୈତିକ ହତ୍ୟା ବଢ଼ିଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/bjp-leader-bihar.jpg)