ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର ଗୁରୁବାର କହିଛନ୍ତି ଯେ ସୋନିଆ ଗାନ୍ଧି ଲୋକସଭାରେ ବିଜେପି ସାଂସଦ ସ୍ମୃତି ଇରାନୀଙ୍କୁ ଡରାଇବା ଅଭିଯୋଗ ମିଛ। ବିଜେପି ଏପରି ଡାହା ମିଛର ପ୍ରସାର କରୁଛି। ଲୋକସଭାରେ ସୋନିଆ ଓ ଇରାନୀଙ୍କ ବାକ୍ଯୁଦ୍ଧ ସମୟରେ ଉପସ୍ଥିତ ଥିବା ଟିଏମ୍ସି ସାଂସଦ ମହୁଆ କହିଛନ୍ତି, ବିଜେପି ନେତାମାନେ ସୋନିଆଙ୍କୁ ଗଧିଆ ଦଳ ପରି ଘେରିଯାଇଥିଲେ। ବିରୋଧୀ ଦଳ ନେତାମାନେ ଗାନ୍ଧିଙ୍କୁ ସେମାନଙ୍କ ବ୍ୟୂହ ଭିତରୁ ଉଦ୍ଧାର କରିଥିଲେ। ମହୁଆ କହିଛନ୍ତି ଯେ ସେମାନେ ଗାନ୍ଧିଙ୍କୁ ଘେରିଯାଇ ପାଟିତୁଣ୍ଡ କରୁଥିଲେ। ୭୫ ବର୍ଷର ଜଣେ ମହିଳା କାହାକୁ କେମିତି ଭୟଭୀତ କରିପାରିବ? ସେ ପୁଣି କହିଛନ୍ତି ଯେ ଏନ୍ସିପିର ସୁପ୍ରିୟା ସୁଲେ ଓ ସେ ସେଠାରେ ଥିଲେ। କଂଗ୍ରେସର କୌଣସି ସାଂସଦ ନ ଥିଲେ କାରଣ ଗୃହକୁ ମୁଲତବି ଘୋଷଣା କରାଯାଇଥିଲା।
ବିଜେପି ନେତା ସୋନିଆଙ୍କୁ ଗଧିଆ ଦଳ ପରି ଘେରିଯାଇଥିଲେ: ମହୁଆ
/sambad/media/post_attachments/wp-content/uploads/2022/07/sfhsfhhsfhsfhsfhsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)