ମୁଁ ଚୌକିଦାର ହୋଇପାରିବିନି: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମୁଁ ବି ଚୌକିଦାର’ କାର୍ଯ୍ୟକ୍ରମ ଏବେ ଚର୍ଚ୍ଚାରେ ଥିବାବେଳେ ଦଳର ବରି‌ଷ୍ଠ ନେତାମାନେ ଟ୍ବିଟରରେ ‌ସେମାନଙ୍କ ନାମ ଆଗରେ ‘ଚୌକିଦାର’ ଲଗାଉଛନ୍ତି। ତେବେ ବିଜେପି ସାଂସଦ ସୁବ୍ରମଣ୍ୟନ ସ୍ବାମୀ ଆଜି କହିଛନ୍ତି ଯେ ଟ୍ବିଟରରେ ସେ ତାଙ୍କ ନାଁରେ ‌‌ଚୌକିଦାର ଶବ୍ଦ ଯୋଡ଼ି ପାରିବେ ନାହିଁ, କାରଣ ସେ ଜଣେ ବ୍ରାହ୍ମଣ। ଜଣେ ବ୍ରାହ୍ମଣ କେବେ ବି ଚୌକିଦାର ହୋଇପାରିବ ନାହିଁ। ଚୌକିଦାର ଯେଉଁ କାର୍ଯ୍ୟ କରିବେ ମୁଁ ସେଥିପାଇଁ ନିର୍ଦ୍ଦେଶ ଦେବି କିନ୍ତୁ ମୁଁ କେବେ ବି ଚୌକିଦାର ହୋଇପାରିବି ନାହିଁ ବୋଲି ସୁବ୍ରମଣ୍ୟମ୍‌ କହିଛନ୍ତି। ଆଜି ଏକ ତାମିଲ ଚ୍ୟାନେଲ୍‌ରେ ସାକ୍ଷାତକାର ଦେଇ ସ୍ବାମୀ ଏହ‌ା କହିଛନ୍ତି।

ସମ୍ବନ୍ଧିତ ଖବର