ମୁମ୍ବାଇ: ୨୦୨୨ରେ ରିଲିଜ୍ ହୋଇଥିବା ପ୍ରାୟ ବଲିଉଡ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିନାହିଁ। ଷ୍ଟାରଙ୍କ ଷ୍ଟାରଡମ୍ କାମ କରୁନାହିଁ କି ଚଳଚ୍ଚିତ୍ରକୁ ନେଇ ଦିଆଯାଉଥିବା ଭଲ ରିଭ୍ୟୁ ମଧ୍ୟ ଫିଲ୍ମକୁ ହିଟ କରିବାରେ ସହାୟକ ହୋଇପାରୁ ନାହିଁ। ଅଧିକାଂଶ ହିନ୍ଦୀ ଚଳଚ୍ଚିତ୍ରରେ ବଡ଼ ବଡ଼ କଳାକାର ଥାଇ ବି ବକ୍ସ ଅଫିସରେ ଫିଲ୍ମର ଶୋଚନୀୟ ଅବସ୍ଥା ହେଉଥିବା ଦେଖାଯାଉଛି। ଏଭଳି ପରିସ୍ଥିତିରେ ମଙ୍ଗଳବାର ବିଜେପିର ଜାତୀୟ ମୁଖପାତ୍ର ସୟଦ ଜାଫର ଇସଲାମ ବଲିଉଡ ତାରକାମାନଙ୍କୁ ବିଶେଷ ପରାମର୍ଶ ଦେଇଛନ୍ତି।
ବକ୍ସ ଅଫିସରେ ହିନ୍ଦୀ ଚଳଚ୍ଚିତ୍ରର ଖରାପ ପ୍ରଦର୍ଶନ ଦେଖି ସୟଦ ଜାଫର ଇସଲାମ ବଲିଉଡ ତାରକାମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେମାନେ ସେମାନଙ୍କ ପାରିଶ୍ରମିକ ହ୍ରାସ କରନ୍ତୁ, ଯାହାଫଳରେ ଚଳଚ୍ଚିତ୍ର ନିର୍ମାତାମାନେ ଭଲ ସିନେମା ଉପରେ ଧ୍ୟାନ ଦେଇ ପାରିବେ। ଜାତୀୟ ମୁଖପାତ୍ର ତାଙ୍କ ଟ୍ୱିଟରେ କହିଛନ୍ତି ଯେ ବଲିଉଡକୁ ଅନୁଭବ କରିବା ଉଚିତ ଯେ ଓଟିଟି ପ୍ଲାଟଫର୍ମ ବର୍ତ୍ତମାନ ଲୋକଙ୍କ ପାଇଁ ଏକ ଉତ୍ତମ ଏବଂ ବଜେଟ୍ ଅନୁକୂଳ ବିକଳ୍ପ ଅଟେ। ବଲିଉଡ ତାରକାମାନେ ଫ୍ଲପ ପରେ ଫ୍ଲପ ଦେଇଚାଲିଥିଲେ ମଧ୍ୟ ବାସ୍ତବତା ବୁଝିପାରି ନାହାଁନ୍ତି। ଯଦି ତାରକାମାନେ ଯୁକ୍ତିଯୁକ୍ତ ଶୁଳ୍କ ଚାର୍ଜ କରିବା ଆରମ୍ଭ କରନ୍ତି, ତେବେ ନିର୍ମାତାମାନେ ଜାତୀୟ ସ୍ୱାର୍ଥରେ ଭଲ ସିନେମା ଉପରେ ଧ୍ୟାନ ଦେଇପାରିବେ। ମନେରଖନ୍ତୁ ଯେ ବର୍ତ୍ତମାନ ଏକ ଉତ୍ତମ ଏବଂ ବ୍ୟୟବହୁଳ ବିକଳ୍ପ ଭାବେ ଲୋକଙ୍କ ପାଖରେ ଓଟିଟି ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ସ-170.jpg)