ଶ୍ରୀନଗର: ଜମ୍ମୁ କାଶ୍ମୀର ବଡ଼ଗାମ ଜିଲ୍ଲାରେ ଆଜି ୪ ଜଣ ବିଜେପି ନେତା ଇସ୍ତଫା ଦେଇଛନ୍ତି। ମୋହିନ୍ଦପୋରା ଗ୍ରାମ ବାସିନ୍ଦା ତଥା ବିଜେପି କର୍ମୀ ଅବଦୁଲ୍ ହାମିଦ ନାଜର୍ଙ୍କ ଉପରେ ଗତକାଲି ଆତଙ୍କବାଦୀମାନେ ଆକ୍ରମଣ କରିବାର କିଛି ଘଣ୍ଟା ପରେ ୪ ବିଜେପି ନେତା ଇସ୍ତଫା ଦେଇ ଦେଇଛନ୍ତି। ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ଦଳର ବଡ଼ଗାମ ସାଧାରଣ ସଚିବ ଏବଂ ଏମ୍ଏମ୍ ମୋର୍ଚ୍ଚା ବଡ଼ଗାମ୍ର ସାଧାରଣ ସଚିବ ରହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିଜେପି କର୍ମୀ ଅମଦୁଲ୍ ହମିଦ ନଜରଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି କରିବାରୁ ତାଙ୍କୁ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ମାସକ ମଧ୍ୟରେ ୫ ଜଣ ବିଜେପି ନେତାଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି। ବିଜେପି ନେତା ଏବଂ କର୍ମୀମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରୁ ୪ ଜଣ ବିଜେପି ନେତା ଇସ୍ତଫା ଦେଇ ଦେଇଛନ୍ତି। ଜମ୍ମୁ କାଶ୍ମୀର ବିଜେପି ସଭାପତି ରବିନ୍ଦ୍ର ରାଇନା କହିଛନ୍ତି, କାଶ୍କୀରରେ ବିଜେପି କର୍ମୀ ଏବଂ ନେତାଙ୍କ ଉପରେ ଆକ୍ରମଣ ଦ୍ବାରା ପାକିସ୍ତାନର ହତାଶା ସ୍ପଷ୍ଟ ଜଣାପଡ଼ୁଛି। ବିଜେପିର ସଫଳତାକୁ ପାକିସ୍ତାନ ସହ୍ୟ କରିପାରୁନି। ରାଇନା କହିଛନ୍ତି, ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି ସେମାନେ ଆଦୌ ବର୍ତ୍ତି ପାରିବେ ନାହିଁ। କାଶ୍ମୀର ନିଶ୍ଚିତ ଆତଙ୍କବାଦୀ ମୁକ୍ତ ହେବ ବୋଲି ସେ କହିଛନ୍ତି। ଗତ ମାସରେ ଜଣେ ବିଜେପି ନେତା ଏବଂ ତାଙ୍କ ବାପା ଓ ଭାଇଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବାପରଠାରୁ ଜମ୍ମୁ କାଶ୍ମୀରରେ ବିଜେପି ନେତା ଏବଂ କର୍ମୀଙ୍କ ଉପରେ ଆକ୍ରମଣ ବଢ଼ିଚାଲିଛି। ଜୁଲାଇରେ ବିଜେପି ନେତା ଶେଖ୍ ୱାସିମ୍ ବରି, ତାଙ୍କ ବାପା ଏବଂ ଭାଇଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ୱାସିମ୍ ବରିଙ୍କ ପରିବାର ସଦସ୍ୟଙ୍କୁ ୮ ପୁଲିସ ସୁରକ୍ଷା ଦେଉଥିଲେ। କିନ୍ତୁ ଆତଙ୍କବାଦୀ ଆକ୍ରମଣ ସମୟରେ କୌଣସି ଜଣେ ହେଲେ ଉପସ୍ଥିତ ନଥିଲେ। ରିପୋର୍ଟ୍ ଅନୁଯାୟୀ ବିଜେପି ନେତା ବରିଙ୍କ ମୃତ୍ୟୁ ପରେ ବିଜେୱାଇଏମ୍ (ଭାରତୀୟ ଜନତା ଯୁବ ମୋର୍ଚା) ସଭାପତି ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Terrorists_EPS.jpg)