ଭୋପାଳ: ଉମା ଭାରତୀଙ୍କ ଦବଙ୍ଗଗିରି। ମଦ ବିକ୍ରିକୁ ବିରୋଧ କରି ଦୋକାନ ଉପରକୁ ଫିଙ୍ଗିଲେ ପଥର। ଏଭଳି କରିବା ସହ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ମଦ ଦୋକାନ ବାହାରେ ବିରୋଧ ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଛନ୍ତି। ଗତ ବର୍ଷ ସେ ଘୋଷଣା କରିଥିଲେ ଯେ ଜାନୁଆରି ୧୫ ସୁଦ୍ଧା ରାଜ୍ୟରେ ମଦ ନିଷିଦ୍ଧ ହେବ। ନହେଲେ ସେ ବାଡ଼ି ଧରି ରାସ୍ତାକୁ ଓହ୍ଲାଇବେ। ତେବେ ମଦ ବିକ୍ରି ଉପରେ ରୋକ ଲଗାଇବା ପରିବର୍ତ୍ତେ ମଧ୍ୟପ୍ରଦେଶ ସରକାର ମଦକୁ ଶସ୍ତା କରିଥିବାରୁ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ଉମା।
ndtv
ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ସରକାର ବିଦେଶୀ ମଦ ଉପରେ ଏକ୍ସାଇଜ୍ ଶୁଳ୍କ ୧୦-୧୩ ପ୍ରତିଶତ ହ୍ରାସ କରିଛନ୍ତି। ବିଦେଶୀ ତଥା ଦେଶୀ ମଦକୁ ଏକାଠି ବିକ୍ରି କରିବାକୁ ଦୋକାନଗୁଡ଼ିକୁ ଅନୁମତି ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ ୨୫୪୪ ଦେଶୀ ମଦ ଏବଂ ୧୦୬୧ଟି ବିଦେଶୀ ମଦ ଦୋକାନ ଅଛି। ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଉମା ଏକ ମଦ ଦୋକାନରେ ପହଞ୍ଚିବା ସହ ଦୋକାନ ଉପରକୁ ପଥର ମାଡ଼ କରିଥିବା ଜଣାପଡ଼ିଛି। ଏହି ସମୟର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/uma-bharati-dabanga-giri-13_Thumb-1.jpg)