ଦିଲ୍ଲୀ ପ୍ରଦୂଷଣ: ଅଯୁଗ୍ମ ସଂଖ୍ୟା ଥିବା କାର୍‌ରେ ଆସି ଜରିମାନା ଦେଲେ ବିଜେପି ନେତା ବିଜୟ ଗୋଏଲ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ହେବା ଯୋଗୁଁ ଆଜି ଠାରୁ ଆରମ୍ଭ ହୋଇଥିବା ଯୁଗ୍ନ ଅଯୁଗ୍ମ କାର୍‌ ଚଳାଇବା ନିୟମକୁ ଉଲ୍ଲଂଘନ କରି ବିଜେପି ନେତା ବିଜୟ ଗୋଏଲ ଜରିମାନା ଦେଇଛନ୍ତି।

ଦିଲ୍ଲୀ ସରକାରଙ୍କର ଏହି ନିମୟକୁ ଅମାନ୍ୟ କରିବା ଲାଗି ବିଜୟ ଗୋଏଲ୍‌ ଘରୁ ଗୋଟାଏ ଅଯୁଗ୍ମ ସଂଖ୍ୟବିଶିଷ୍ଟ କାର୍‌ରେ ବାହାରିଥିଲେ।

ଗଣମାଧ୍ୟମକୁ ସେ କହିଛନ୍ତି: ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏହା ଗୋଟାଏ କୌଶଳ। ଦିଲ୍ଲୀ ସରକାର ନିଜେ କହୁଛନ୍ତିଯେ କ୍ଷେତରେ ନଡ଼ା ପୋଡ଼ାଯିବା କାରଣରୁ ପ୍ରଦୂଷଣ ହେଉଛି। ତେବେ ଏ ଯୋଜନା କି ଭଳି ପ୍ରଦୂଷଣ ହ୍ରାସ କରାଇବାରେ ସହାୟକ ହେବ? ନିୟମ ଉଲ୍ଲଂଘନ ପାଇଁ ମୁଁ ଜରିମାନା ଦେବାକୁ ପ୍ରସ୍ତୁତ।

Image Source: ANI

ଏଥିପାଇଁ ସମ୍ପୃକ୍ତ ଅଧିକାରୀମାନେ ତାଙ୍କ ନାମରେ ଚାଲାଣ କାଟିଛନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଏବଂ ମନ୍ତ୍ରୀ ଗୋପାଳ ରାୟ ଏବଂ ସତ୍ୟେନ୍ଦ୍ର ଜୈନ୍‌ ଯୁଗ୍ମ ସଂଖ୍ୟବିଶିଷ୍ଟ କାର୍‌ ଚଢ଼ି କାର୍ଯ୍ୟକ୍ଷେତ୍ରକୁ ଆସିଥିଲେ।
ଦିଲ୍ଲୀବାସୀ ଏଥିରେ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ର ଖୁସି ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର