ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ଲାଗି ଭୋଟ ଗ୍ରହଣ ନଭେମ୍ବର ୨୦ରେ ଓ ଭୋଟ ଗଣନା ୨୩ ତାରିଖରେ ହେବ। ଏଥର ନିର୍ବାଚନ କ୍ଷମତାସୀନ ମହାଯୁତି ଓ ବିରୋଧୀ ମହାବିକାଶ ଅଘାଡ଼ି ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ।

Advertisment

ନିର୍ବାଚନକୁ ଗୋଟିଏ ଦିନ ବାକିଥିବା ବେଳେ ମୁମ୍ବାଇରେ ଭୋଟର୍ସଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ବଣ୍ଟା ଯାଉଥିବାର ଏକ ଘଟଣା ସାମ୍ନାକୁ ଆସିଛି।

ବିଜେପି ନେତା ବିନୋଦ ତାବଡେଙ୍କ  ବିରୋଧରେ ଭୋଟ ପୂର୍ବରୁ ଟଙ୍କା ବଣ୍ଟାଯିବାର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବିରୋଧୀ ମହାବିକାଶ ଅଘାଡ଼ି ବିଜେପି ନେତା ତାବଡେଙ୍କ ଘର ସାମ୍ନାରେ ହଙ୍ଗାମା ସୃଷ୍ଟି କରିଛନ୍ତି। 

ଏହି ଘଟଣାକୁ ନେଇ  ବିଜେପି ପ୍ରତିକ୍ରିୟା ଦେଇ କହିଛି,‘ତାବେଡ ନିର୍ବାଚନର ପ୍ଲାନିଂ କରିବା ପାଇଁ କର୍ମକର୍ତ୍ତାମାନଙ୍କୁ ଭେଟିବା ପାଇଁ ଡାକିଥିଲେ। ଯଦି ବିନୋଦ ତାବେଡଙ୍କ ବିରୋଧରେ ଭୋଟର୍ସଙ୍କୁ ଟଙ୍କା ବଣ୍ଟାଯିବାର ଅଭିଯୋଗ ହୋଇଛି ତେବେ ଏଥିରେ ଦଳ ସମ୍ପୂର୍ଣ୍ଣ ସହୋଯାଗ କରିବ। ନିର୍ବାଚନ ଆୟୋଗ ଏହି ଘଟଣାର ଯାଞ୍ଚ କରିବା ଆବଶ୍ୟକ। ଏଥିସହିତ ହୋଟେଲର ସମସ୍ତ ସିସିଟିଭି ଫୁଟେଜ ବି ଯାଞ୍ଚ କରାଯାଉଛି। ସିସିଟିଭି ଜରିଆରେ ସେଠାରେ କ’ଣ ଘଟିଥିଲା କ’ଣ ନଘଟିଥିଲା ତାହା ସ୍ପଷ୍ଟ ଭାବେ ଜଣାପଡ଼ିଯିବ।

 ଏଥିସହିତ ବିଜେପି ଏସବୁ ଅଭିଯୋଗ ବୃଥା ବୋଲି କହି କହିଛନ୍ତି, ‘ ଅଯଥାରେ ବିଜେପି ବିରୋଧରେ ଏଭଳି ଅପପ୍ରଚାର କରାଯାଉଛି।’

ଏହି ଘଟଣାକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ବିରୋଧୀ ମହାବିକାଶ ଅଘାଡ଼ି ଦଳର କର୍ମକର୍ତ୍ତାଙ୍କ ହାତରେ ବିଡ଼ାବିଡ଼ା  ନୋଟର ପ୍ୟାକେଟ ଧରିଥିବା ଦେଖିବାକୁ ମିଳୁଛି। ଏହି ସମୟରେ ପ୍ୟାକେଟ ଭିତରେ ଥିବା ନୋଟକୁ କର୍ମଚାରୀମାନେ ସ୍ପଷ୍ଟ ଭାବେ କ୍ୟାମେରା ସାମ୍ନାରେ ଦେଖାଉଛନ୍ତି।

ଏତିକି ବେଳେ କିଛି ଟଙ୍କା ତଳେ ବି ପଡ଼ି ଯାଉଛନ୍ତି।  ଏହି ସମୟରେ ଘଟଣାସ୍ଥଳରେ  ବିଜେପି ନେତା ବିନୋଦ ତାବଡେ ବସିଥିବା ବେଳେ  ଲୋକେ ତାଙ୍କ ଚାରିପାଖରେ ଘେରି ରହିଥିବା ଭିଡିଓରେ ଦେଖିବାକୁ ମିଳୁଛି।

ତେବେ ଏହି ଘଟଣାର ବାସ୍ତବତା କ’ଣ ତାହା ନିର୍ବାଚନ ଆୟୋଗ ଯାଞ୍ଚ ପ‌ରେ ହିଁ ସ୍ପଷ୍ଟ ହୋଇପାରିବ।