କାର୍‌ ଓ ଭ୍ୟାନ୍‌ ମୁହାଁମୁହିଁ ଧକ୍କାରେ ବିଜେପି ନେତାଙ୍କ ପରିବାରର ୧୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ, ଦୁଇ ଗୁରୁତର

ଉଜ୍ଜେନ୍‌: ଉଜ୍ଜେନ୍‌ର ଭେରୁଗଢ଼ ଥାନା ଅଞ୍ଚଳରେ ରାମଗଢ଼ ଫଣ୍ଟେ ନିକଟରେ ସୋମବାର ବିଳମ୍ବିତ ରାତିରେ କାର୍‌ ଓ ଭ୍ୟାନ୍‌ ମୁହାଁମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣାଗ୍ରସ୍ତ ଭ୍ୟାନ୍‌ରେ ବିଜେପି ନେତାଙ୍କ ପରିବାରର ୧୨ଜଣ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। କାରରେ ଥିବା ଅନ୍ୟ ଦୁଇଜଣ ଗୁରୁତର ଅଛନ୍ତି।

ଏହି ଦୁର୍ଘଟଣାରେ ୭ଜଣ ମହିଳା ଓ ୫ଜଣ ପୁରୁଷ ଥିବା ନେଇ ଭେରୁଗଢ଼ ଥାନା ଅଧିକାରୀ ଜୟ ସି ରାମ ବର୍ଡେ ମଙ୍ଗଳବାର ସୂଚନା ଦେଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଭ୍ୟାନ୍‌ ନାଗଦାରୁ ଉଜ୍ଜେନ୍‌ ଅଭିମୁଖେ ଆସୁଥିଲା। ଏଥିରେ ୧୨ଜଣ ଲୋକ ବସିିଥିଲେ, ଯେଉଁମାନେ କି ଏକ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲେ। ସାମ୍ନାରୁ ଆସୁଥିବା କାର୍‌ରେ ଭ୍ୟାନ୍‌ ଧକ୍କା ଖାଇବା ଫଳରେ ଭ୍ୟାନ୍‌ ଭିତର ଥିବା ୧୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ମୃତକ ସ୍ଥାନୀୟ ବିଜେପି ନେତାଙ୍କ ପରିବାର ସଦସ୍ୟ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ କାର ଚାଳକ ସମେତ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ଯାହାଙ୍କୁ ଚିକିତ୍ସା ପାଇଁ ଇନ୍ଦୋର ସ୍ଥାନାନ୍ତର କରି ଦିଆଯାଇଛି।

ସମ୍ବନ୍ଧିତ ଖବର