ସହିଦଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଜୋତା ପିନ୍ଧି ବସିଥିବା ବିଜେପିର ବରିଷ୍ଠ ନେତାମାନଙ୍କୁ ତଡ଼ିଲେ ସଂପର୍କୀୟ, ଭିଡିଓ ଭାଇରାଲ୍‌

ଲକ୍ଷ୍ନୌ: ଭାରତୀୟ ଜନତା ପାର୍ଟି(ବିଜେପି)ର କିଛି ବରିଷ୍ଠ ନେତା ଜଣେ ସହିଦ ଯବାନଙ୍କୁ ଅସମ୍ମାନ କରିଥିବା ବେଳର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହେବା ନେଇ ପୂରା ଦେଶ ଶୋକ ମନାଉଥିବା ବେଳେ ଜଣେ ସହିଦଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ବିଜେପିର କିଛି ବରିଷ୍ଠ ନେତା ଜୋତା ପିନ୍ଧି ବସିଥିବା କଥା ଏକ ଖରାପ ଉଦାହରଣ ସୃଷ୍ଟି କରିଛି।

ଉତ୍ତରପ୍ରଦେଶର ସହିଦ ଅଜୟ କୁମାରଙ୍କ ଶ୍ରଦ୍ଧାଞ୍ଜଳି ସଭାର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ସେହି ଭିଡିଓରେ ଆହୁରି ବି ଦେଖିବାକୁ ମିଳିଛି ଯେ କେନ୍ଦ୍ର ମନ୍ତ୍ରୀ ସତ୍ୟପାଲ୍‌ ସିଂହ, ଉତ୍ତରପ୍ରଦେଶ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ ଏବଂ ମିରତ ବିଜେପି ବ୍ୟବସ୍ଥାପକ ଜଜେନ୍ଦ୍ର ଅଗ୍ରଓ୍ଵାଲ୍‌ ଜୋତା ପିନ୍ଧି ଶ୍ରଦ୍ଧାଞ୍ଜଳି ସଭାରେ ବସିଛନ୍ତି।

 

ସବୁଠାରୁ ଲଜ୍ଜାକର କଥା ହେଉଛି ସେମାନଙ୍କୁ ସହିଦ ଯବାନଙ୍କ ସଂପର୍କୀୟମାନେ ଅପମାନ ଦେଇ ବାହାରକୁ ଯାଆନ୍ତୁ ବୋଲି କହୁଛନ୍ତି। କେହି କେହି ଜୋତା ପିନ୍ଧିଥିବା ବେଳେ ଆଉ କେହିଁ ଜୋତାକୁ ତଳେ ରଖ ତା’ ଉପରେ ବସିଥିବା ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର