ବେଙ୍ଗାଲୁରୁ : କର୍ଣ୍ଣାଟକ ବିଜେପି ମୁଖ୍ୟ ନଳିନ କୁମାର କଟିଲ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏବେ ସେ ୧୮ଶ ଶତାବ୍ଦୀର ମହୀଶୂରର ଶାସକ ଟିପୁ ସୁଲତାନଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଟିପୁ ସୁଲତାନଙ୍କ ବଂଶଧରମାନଙ୍କୁ ଘଉଡାଇ ଜଙ୍ଗଲକୁ ପଠାଯିବା ଉଚିତ ବୋଲି ବୁଧବାର ଏକ ସମାବେଶରେ କଟେଲ କହିଛନ୍ତି,

Advertisment

"ଟିପୁ ସୁଲତାନଙ୍କ ସମସ୍ତ ଅନୁଗାମୀ ମାନେ ବଞ୍ଚିବା ଉଚିତ  ନୁହେଁ । ଆମେ ଭଗବାନ ରାମ ଓ ହନୁମାନଙ୍କ ଭକ୍ତ। ଆମେ ଟିପୁ ସୁଲତାନଙ୍କ ବଂଶଧର ନୁହଁ । ଆମେ ଟିପୁଙ୍କ ବଂଶଧରମାନଙ୍କୁ ଫେରାଇ ଦେଇଛୁ । ସେଥିପାଇଁ ମୁଁ ୟେଲବୁର୍ଗାବାସୀଙ୍କୁ ପଚାରୁଛି ଯେ ସେମାନେ ହନୁମାନଙ୍କୁ ପୂଜା କରିବେ ନା ଟିପୁ ସୁଲତାନଙ୍କ ଭଜନ ଗାଇବେ?" ସେ କହିଛନ୍ତି ।

publive-image

ରାଜ୍ୟବାସୀ ଭଗବାନ ରାମ ଓ ହନୁମାନଙ୍କ ଭକ୍ତ ଚାହୁଁଛନ୍ତି ନା ଟିପୁଙ୍କ ବଂଶଧରଙ୍କୁ ତାହା ଚିନ୍ତା କରିବା ଉଚିତ। ମୁଁ ଭଗବାନ ହନୁମାନଙ୍କ ଭୂମିରୁ ଚ୍ୟାଲେଞ୍ଜ କରୁଛି ଯେ ଯେଉଁମାନେ ଟିପୁକୁ ଭଲ ପାଆନ୍ତି ସେମାନେ ଏଠାରେ ରୁହନ୍ତୁ ନାହିଁ । ଯେଉଁମାନେ ଭଗବାନ ରାମଙ୍କ ଭଜନ ଗାଉଛନ୍ତି ଏବଂ ଭଗବାନ ହନୁମାନଙ୍କ ସମର୍ଥକ, ସେମାନେ ଏଠାରେ ରହିବା ଉଚିତ।

ଚଳିତ ମାସ ପ୍ରାରମ୍ଭରେ କଟିଲଙ୍କ ବୟାନ ବିବାଦ ସୃଷ୍ଟି କରିଥିଲା । ସେ କହିଥିଲେ ଯେ ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ 'ଟିପୁ ବନାମ ସାବରକର' ପ୍ରସଙ୍ଗରେ ଲଢାଯିବ ।