ମଶାରୀ ଭିତରେ ପଶି ମମତାଙ୍କ ବିରୋଧରେ ଆନ୍ଦୋଳନ କଲେ ବିଜେପି ନେତା, କାହିଁକି ଜାଣନ୍ତୁ 

କୋଲକାତା: ରାଜ୍ୟ ସରକାରଙ୍କ ବିରୋଧରେ ଭିନ୍ନ ଢଙ୍ଗରେ ପ୍ରଦର୍ଶନ କରିଛି ପଶ୍ଚିମବଙ୍ଗ ବିଜେପି | ପଶ୍ଚିମବଙ୍ଗରେ ଡେଙ୍ଗୁ ରୋଗ ବୃଦ୍ଧି ପାଉଥିବାରୁ ବିଜେପି ମମତା ସରକାରଙ୍କ ବିରୋଧରେ କୋଲକାତାରେ ଏକ ଅନନ୍ୟ ଢଙ୍ଗରେ ବିରୋଧ କରିଛି | ବିଜେପି ନେତାମାନେ ମଶାରୀ ଭିତରେ ପଶି ଆନ୍ଦୋଳନ କରିଛନ୍ତି | କିଛି ବିଜେପି ନେତା ମଶାରୀ ଘୋଡାଇ ହୋଇ ବିକ୍ଷୋଭ କରିଥିଲେ ଓ  ଟିଏମସି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଆଜି କୋଲକାତାରେ ବିଜେପି ନେତାମାନଙ୍କ ବିରୋଧର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ବିଜେପି ନେତାମାନେ ମଶାରୀ ଗୁଡ଼ାଇ ହୋଇଥିବାର ଦେଖିବାକୁ ମିଳିଥିଲେ | ଏହାକୁ ନେଇ ପଶ୍ଚିମବଙ୍ଗର ବିଜେପି ନେତା ତଥା ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାକୁ ଆସୁନାହାଁନ୍ତି।


ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟ ଏବଂ ଗୃହ ବିଭାଗ ଉପରେ କୌଣସି ଆଲୋଚନା ହେଉନାହିଁ। ଶୁଭେନ୍ଦୁ ଏନେଇ ଚଳିତ ମାସ ଆରମ୍ଭରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ | ପଶ୍ଚିମବଙ୍ଗକୁ ଡ଼ାକ୍ତରଙ୍କର ଏକ କେନ୍ଦ୍ରୀୟ ଦଳ ପଠାଇବାକୁ ଅନୁରୋଧ କରିଥିଲେ | ସେ ଲେଖିଥିଲେ ଯେ ଡାକ୍ତରଙ୍କ ଟିମ ଆସି ଏହି ସଙ୍କଟ ସମୟରେ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ କରିବା ଉଚିତ।  ଏହା ସହିତ ସେ ଦାବି କରିଛନ୍ତି ଯେ ମମତା ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି। ସୂଚନା ଥାଉ କି ଯେ ନଭେମ୍ବର ଆରମ୍ଭରେ ପଶ୍ଚିମବଙ୍ଗରେ ୫୦୦୦ ରୁ ଅଧିକ ଡେଙ୍ଗୁ ରୋଗ ପଞ୍ଜିକୃତ ହୋଇଥିଲା, ଯାହା ୨୦୧୯ ପରେ ସର୍ବାଧିକ ଥିଲା। ଏହି କାରଣରୁ ବିଜେପି ମମତା ସରକାରଙ୍କ ବିରୋଧରେ ବିରୋଧ କରୁଛି।

ସମ୍ବନ୍ଧିତ ଖବର