ଉତ୍ତରାଖଣ୍ଡରେ ବିଜେପି ଆଗୁଆ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପଛୁଆ

ଡେରାଡୁନ: ଉତ୍ତରାଖଣ୍ଡରେ ବିଜେପି ୭୦ରୁ ୪୨ଟି ଆସନରେ ଆଗୁଆ ରହିଛି। ତେବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖତିମା ଆସନରୁ ୨ ହଜାରରୁ ଅଧିକ ଭୋଟରେ ପଛରେ ରହିଥିବା ଜଣାଯାଇଛି।
ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ପ୍ରହଲ୍ଲାଦ ଯୋଶୀ ଗୁରୁବାର କହିଛନ୍ତି ଯେ ରାଜ୍ୟ ନିର୍ବାଚନରେ ଦଳର ପ୍ରଦର୍ଶନ ଆଶାନୁରୂପ ରହିଛି। ଉତ୍ତରାଖଣ୍ଡର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ କାର୍ଯ୍ୟକୁ ସମର୍ଥନ କରିଛନ୍ତି। ଲୋକଙ୍କ କଲ୍ୟାଣ ପାଇଁ ଧାମି ଅହନିର୍ଶି ପ୍ରୟାସ କରିଛନ୍ତି।
କରି ଯୋଶୀ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଧାମିଙ୍କ ନେତୃତ୍ୱରେ ଆମେ ଉତ୍ତରାଖଣ୍ଡର ଲୋକଙ୍କୁ କଲ୍ୟାଣକାରୀ ନୀତି ପ୍ରଦାନ କରିଛୁ ଏବଂ ଆଶା କରାଯାଉଥିବା ଫଳାଫଳ ପାଇଛୁ। ଏହି ଫଳାଫଳ ପାଇଁ ମୁଁ ଲୋକମାନଙ୍କୁ ଏବଂ ବିଜେପି କର୍ମୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।
ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆରାମରେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି ଏବଂ ୧୨ଟା ସମୟରେ ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ୪୩ଟି ଆସନରେ ଆଗୁଆ ରହିଥିଲା।
୭୦ ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ପାଇଁ ନିକଟରେ ଅନୁଷ୍ଠିତ ନିର୍ବାଚନ ପାଇଁ ଭୋଟ୍ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇ ଏବେ ବି ଜାରି ରହିଛି।
ସୋମବାର କେତେକ ଏକଜିଟ୍ ପୋଲରେ ଉତ୍ତରାଖଣ୍ଡରେ ବିଜେପି ପୁଣି ସରକାର ଗଠନ କରିବ ବୋଲି କୁହାଯାଇଥିଲା।

ସମ୍ବନ୍ଧିତ ଖବର