ମାୟାବତୀଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା ବିଜେପି ବିଧାୟିକାଙ୍କୁ; ନିଜ ତରଫରୁ ନୋଟିସ୍‌ ଜାରି କଲେ ଜାତୀୟ ମହିଳା କମିଶନ

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀଙ୍କ ଉପରେ ଆପତ୍ତିଜନକ ଓ ଅଶାଳୀନ ମନ୍ତବ୍ୟ ଦେବା ଘଟଣା ଉତ୍ତରପ୍ରଦେଶର ବିଜେପି ବିଧାୟିକା ସାଧନା ସିଂହଙ୍କ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ନିଜେ ଜଣେ ମହିଳା ହୋଇ ସୁଦ୍ଧା ଯେଉଁ ଭାଷା ଓ ଯେଉଁ ଶବ୍ଦ ପ୍ରୟୋଗ କରି ବିଜେପି ବିଧାୟିକା ସାଧନା ସିଂହ ମୟାବତୀଙ୍କୁ ଆକ୍ଷେପ କରିଛନ୍ତି, ତାକୁ ଶୁଣିବା ପରେ ବିଜେପିର ବରିଷ୍ଠ ନେତାଙ୍କ ସମେତ ଜାତୀୟ ମହିଳା କମିଶନ ହତଚକିତ ହେବା ସହ ଲଜ୍ଜିତ ହୋଇଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ ଏସଂପର୍କରେ ଅଭିଯୋଗ ହସ୍ତଗତ ହେବା ପାଇଁ ସୁଦ୍ଧା ଅପେକ୍ଷା କରି ନାହାନ୍ତି ଜାତୀୟ ମହିଳା କମିଶନ। ବିଜେପି ବିଧାୟିକା ସାଧନା ସିଂହଙ୍କ ଆପତ୍ତିଜନକ ଓ ଅଶାଳୀନ ମନ୍ତବ୍ୟ ଉପରେ ନିଜ ତରଫରୁ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବା ସହ ତାଙ୍କ ଉପରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ଜାତୀୟ ମହିଳା କମିଶନ।


ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନରେ ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି ଏକାଠି ହୋଇ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବା ପରେ ମାୟାବତୀଙ୍କୁ ଆଶଳୀନ ଭାଷା ପ୍ରୟୋଗ କରି ଏକ ସାଧାରଣ ସଭାରେ ଗାଳିଗୁଲଜ କରିଛନ୍ତି ବିଜେପି ବିଧାୟିକା ସାଧନା ସିଂହ। (ଉଲ୍ଲେଖଯୋଗ୍ୟ, ବିଜେପି ବିଧାୟିକା ସାଧନା ସିଂହ, ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ପ୍ରତି ଯେଉଁ ଭାଷା ପ୍ରୟୋଗ କରିଥିଲେ, ତାହା ସାଧାରଣରେ ପ୍ରକାଶ ଯୋଗ୍ୟ ନୁହେଁ।)

ସମ୍ବନ୍ଧିତ ଖବର