ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କିଏ ହେବେ ମୁଖ୍ୟମନ୍ତ୍ରୀ? ଏନେଇ ସଭିଙ୍କ ମନରେ ଉତ୍ସୁକତା ରହିଥିବା ବେଳେ ଫେବ୍ରୁଆରି ୧୯ ତାରିଖରେ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିବାର ସମ୍ଭାବନା ରହିଛି। ୧୯ରେ ନାମ ଘୋଷଣା ହୋଇ ୨୦ ତାରିଖରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ମଧ୍ୟ ସୂଚନା ମିଳିଛି।
ସୂତ୍ର ଅନୁସାରେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ବିଜୟୀ ହୋଇଥିବା ୪୮ ଜଣ ବିଜେପି ବିଧାୟକଙ୍କ ମଧ୍ୟରୁ ୧୫ ଜଣଙ୍କ ନାମ ସଂକ୍ଷିପ୍ତ ତାଲିକାରେ ରଖାଯାଇଛି। ରାଜ୍ୟ କ୍ୟାବିନେଟ ଏବଂ ଗୁରୁତ୍ୱପୂର୍ଣ୍ଣ ବାଚସ୍ପତି ପଦ ପାଇଁ ୯ ଜଣଙ୍କୁ ଚୟନ କରାଯିବ।
ଦୀର୍ଘ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ କ୍ଷମତାକୁ ଫେରିଛି। ୭୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୪୮ଟି ଆସନ ଜିତିଛି ଭାରତୀୟ ଜନତା ପାର୍ଟି। ଅନ୍ୟପକ୍ଷରେ, ଆପ ମାତ୍ର ୨୨ଟି ଆସନ ହାସଲ କରିପାରିଛି। ସବୁଠାରୁ ବଡ଼ କଥା ହେଲା ଆପ୍ର ବରିଷ୍ଠ ନେତା ଅରବିନ୍ଦ କେଜ୍ରିୱାଲ୍, ମନୀଷ ସିସୋଦିଆ ଏବଂ ସୌରଭ ଭରଦ୍ୱାଜ ସେମାନଙ୍କର ଗଡ଼ରୁ ହାରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକାରୁ ଫେରିବା ପରଠାରୁ, ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନଥିବା ବିଜେପି ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକାରୁ ନେତାଙ୍କୁ ଚୟନ କରିବା ପାଇଁ ଉଚ୍ଚ-ସ୍ତରୀୟ ବୈଠକ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/02/17/PNToeBF4oN3OHuL1ntL9.jpg)