ମୁମ୍ବାଇ: ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଥିବାବେଳେ ବିଜେପି ତାର ମେଣ୍ଟ ସହଯୋଗୀ ଶିବସେନାକୁ ଖୁବ୍ ଶୀଘ୍ର ଉପମୁଖ୍ୟମନ୍ତ୍ରୀ ପଦର ପ୍ରସ୍ତାବ ଦେଇପାରେ ବୋଲି ଜୋରସୋରରେ ଚର୍ଚ୍ଚା ହେଉଛି। ଏହାଫଳରେ ଦୁଇ ଦଳ ଭିତରେ ସୁସଂପର୍କ ବଜାୟ ରହିବ ବୋଲି ବିଜେପି ମନେ କରୁଛି। ଶୁଣିବାକୁ ମିଳୁଛି କି ଶିବସେନାର ବରିଷ୍ଠ ନେତା ସୁଭାଷ ଦେଶାଇଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ହେଲେ ଏଥିଲାଗି ଶିବସେନା ସୁପ୍ରିମୋ ସବୁଜ ସଙ୍କେତ ଦେବା ଦରକାର।
ଏଠାରେ ସୂଚନାଯୋଗ୍ୟ ଯେ ଏବେ ମହାରାଷ୍ଟ୍ରର ମନ୍ତ୍ରିମଣ୍ଡଳରେ ୩୮ଜଣ ମନ୍ତ୍ରୀ ଅଛନ୍ତି। ଅର୍ଥାତ୍ ୪ଜଣ ବିଧାୟକଙ୍କୁ ମନ୍ତ୍ରୀ କରାଯିବ।
/sambad/media/post_attachments/wp-content/uploads/2019/06/devendra-fadnavis.jpg)
ଏଠାରେ ସୂଚନାଯୋଗ୍ୟ ଯେ ଆଗାମୀ ବିଧାନସଭା ନିର୍ବାଚନରେ ଉଭୟ ବିଜେପି ଏବଂ ଶିବସେନା ସମାନ ସଂଖ୍ୟକ ଆସନରେ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ହୋଇ ସାରିଥିବା ଶିବସେନାର ଯୁବସେନା ସଚିବ ବରୁଣ ସରଦେସାଇ ଦାବି କରିଛନ୍ତି । ସେ କହିଛନ୍ତି ଯେ ଭଭୟ ବିଜେପି ଏବଂ ଶିବସେନାରୁ ପାଳି ଅନୁଯାୟୀ ଅଢ଼େଇ ବର୍ଷ ଲେଖାଏଁ ଜଣେ ଜଣେ ମୁଖ୍ୟମନ୍ତ୍ରୀ ରହିବେ। ଏନେଇ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କଠାରୁ ମଧ୍ୟ ସ୍ବୀକୃତି ମିଳି ସାରିଛି ବୋଲି ସେ ଦାବି କରିଛନ୍ତି।