ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସୋମବାର ଦିନ ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଓ ଗୁଜୁରାଟରେ ହେବାକୁ ଥିବା କିଛି ବିଧାନସଭା ଉପନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି | ଏହି ସବୁ ଆସନରେ ଏପ୍ରିଲ ୧୪ରେ ଭୋଟ ଗ୍ରହଣ କରାଯିବ | ସୂଚନା ଥାଉ କି ନିର୍ବାଚନ ଆୟୋଗ ଘୋଷଣା କରିଥିଲେ ଯେ ଦେଶର ଦୁଇଟି ଲୋକସଭା ଆସନ ଓ ୧୪ଟି ବିଧାନସଭା ଆସନ ପାଇଁ ଏପ୍ରିଲ ୧୭ରେ ଭୋଟ ଗ୍ରହଣ କରାଯିବ | ଯେଉଁ ଦୁଇଟି ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି ସେଗୁଡିକ ହେଉଛି ଆନ୍ଧ୍ରପ୍ରଦେଶର ତିରୁପତି ଓ କର୍ଣ୍ଣାଟକର ବେଲଗାମ |

ବିଧାନସଭା ଉପନିର୍ବାଚନ ବାବଦରେ କହିବାକୁ ଗଲେ ଗୁଜୁରାଟର ମୋରବା, ଝାଡ଼ଖଣ୍ଡର ମଧୁପୁର, କର୍ଣ୍ଣାଟକର ବସବକଲ୍ୟାଣ ଓ ମସ୍କି, ମଧ୍ୟପ୍ରଦେଶର ଦାମୋହ, ମହାରାଷ୍ଟ୍ରର ପନ୍ଧରପୁର ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି | ସେହିପରି ମିଜୋରାମର ଶଙ୍ଖନାଦ, ନାଗାଲାଣ୍ଡର ନୋକେସନ, ଓଡ଼ିଶାର ପିପିଲି, ରାଜସ୍ଥାନର ସହାରା, ସୁଜନଗଡ଼ ଓ ରାଜାସମନ୍ଦ, ତେଲେଙ୍ଗାନାର ନାଗାର୍ଜୁନ ସାଗର ଓ ଉତ୍ତରାଖଣ୍ଡର ସଲଟ ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି | ଏହି ଉପନିର୍ବାଚନ ପାଇଁ ଭୋଟ ଗଣତି ଆସନ୍ତା ମେ ୨ ରେ ହେବାକୁ ଯାଉଛି | ଓଡ଼ିଶାର ପିପିଲି ଆସନ ପାଇଁ ଭାରତୀୟ ଜନତା ପାର୍ଟି ପୂର୍ବରୁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି |

ସମ୍ବନ୍ଧିତ ଖବର