ପାନାଜି: ଗୋଆ ବିଧାନସଭା ନିର୍ବାଚନର ଭୋଟ ଗଣତିର ଟ୍ରେଣ୍ଡକୁ ଆଖି ଆଗରେ ରଖି ରାଜନୈତିକ ପର୍ଯ୍ୟବେକ୍ଷକମାନେ ସରକାର ଗଠନ ନେଇ ମତ ରଖିଛନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକମାନେ କହିଛନ୍ତି ଯେ ଗୋଆରେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ମହାରାଷ୍ଟ୍ର ଗୋମନ୍ତକ ପାର୍ଟି (ଏମଜିପି)ର ସମର୍ଥନରେ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବ।
ଜଣେ ବରିଷ୍ଠ ରାଜନୈତିକ ବିଶ୍ଳେଷକ କହିଛନ୍ତି ଯେ ଯେହେତୁ କୌଣସି ଦଳ ନିଜେ ୨୧ଟି ସିଟ୍ ମାର୍କରେ ପହଞ୍ଚି ପାରିବେ ନାହିଁ, ତେଣୁ ଗୋଆରେ ପରବର୍ତ୍ତୀ ସରକାର କିଏ ଗଠନ କରିବେ ତାହା କେବଳ ଏମଜିପି ସ୍ଥିର କରିବ। ଉପ-ମୁଖ୍ୟମନ୍ତ୍ରୀ ପଦବୀ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ବଦଳରେ ସେ ବିଜେପିକୁ ସମର୍ଥନ କରିବେ ବୋଲି ସୂଚନା ରହିଛି।
ତାଜା ତଥ୍ୟ ଅନୁଯାୟୀ, ପୁଣି ବିଜେପି କଂଗ୍ରେସକୁ ପଛରେ ପକାଇଛି। ଚାଲିଥିବା ୪୦ଟି ଆସନର ଗଣତିର ଟ୍ରେଣ୍ଡ ଅନୁଯାୟୀ, ବିଜେପି ୧୯ଟି ଆସନରେ ଆଗୁଆ ରହିଛି। ଏଣେ କଂଗ୍ରେସ ପ୍ରାର୍ଥୀମାନେ ୧୨ଟି ଆସନରେ ଆଗୁଆ ଅଛନ୍ତି। ଏହା ବ୍ୟତୀତ ଟିଏମସି ମିଳିତ ମଞ୍ଚ ତିନିଟି ଆସନରେ ଆଗୁଆ ରହିଛି। ତେଣେ ଅନ୍ୟ ଦଳମାନେ ୪ଟି ଆସନରେ ଆଗୁଆ ରହିଥିବା ଜଣାଯାଇଛି। ଗୋଆର ବିଜେପି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଗୁଆ ଅଛନ୍ତି।

Advertisment

ଏଣେ ଗୋଆରେ ଜଣେ ସ୍ବାଧୀନ ସଦସ୍ୟ ବିଜେପିକୁ ନିସର୍ତ୍ତ ସମର୍ଥନ ଦେବା ନେଇ ଘୋଷଣା କରିଛନ୍ତି। ଏହା ବିଜେପି ଲାଗି ପଥକୁ ସୁଗମ କରିବ ବୋଲି କୁହାଯାଉଛି।