ବିଜେପି ‘ମେକ୍‌ ଇନ୍‌ ଇଣ୍ଡିଆ’ କହୁଛି, ଚୀନ୍‌ଠାରୁ କିଣୁଛି : ରାହୁଲ

ନୂଆଦିଲ୍ଲୀ: ଭାରତ-ଚୀନ୍‌ ସୀମା ବିବାଦ ବଢ଼ିବାପରଠାରୁ ଭାରତରେ ଚୀନ୍‌ ଦ୍ରବ୍ୟ ବର୍ଜନ ଦାବି ଜୋରଦାର ହୋଇଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘‌ମେକ୍‌ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ଟାର୍ଗେଟ୍‌ କରିବା ସହ ଏନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ସରକାର ଗତକାଲି ଚୀନ୍‌ ଆପ୍‌ ବ୍ୟାନ୍‌ କରିବାପରେ ରାହୁଲ ଆଜି ମୋଦୀ ସରକାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ବିଜେପି କେବଳ ‘ମେକ୍‌ ଇନ୍‌ ଇଣ୍ଡିଆ’କୁ ପ୍ରୋତ୍ସାହିତ କରୁଛି କିନ୍ତୁ ବାସ୍ତବରେ ଏହା ଚୀନ୍‌ଠାରୁ କିଣୁଛି। ରାହୁଲ କହିଛନ୍ତି, ତଥ୍ୟ ମିଛ କହୁନି।

ଉପା ସରକାର ଏବଂ ଏନ୍‌ଡିଏ ସରକାରରେ ଚୀନ୍‌ ଦ୍ରବ୍ୟ ଆମଦାନୀ ହାରର ଏକ ଗ୍ରାଫ୍‌ ଟ୍ବିଟ୍‌ କରି ରାହୁଲ ଆଜି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ଯେ, ୨୦୦୮ରୁ ୧୪ ମଧ୍ୟରେ ଚୀନ୍‌ରୁ ଆମଦାନି ୧୪ ପ୍ରତିଶତରୁ କମ୍‌ ଥିଲା କିନ୍ତୁ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାରରେ ଏହା ୧୮ ପ୍ରତିଶତରୁ ଅଧିକ ରହିଛି। ଏଥିରେ ଏହା କୁହାଯାଇଛି ଯେ, ୨୦୦୮ରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ଚୀନ୍‌ରୁ ଆମଦାନୀ ୧୨ ପ୍ରତିଶତ ଥିଲା। କିନ୍ତୁ ୨୦୧୨ରେ ଏହା ୧୪ ପ୍ରତିଶତ ବଢ଼ିଲା ଏବଂ ୨୦୧୪ରେ ପୁଣି ଏହା ୧୩ ପ୍ରତିଶତକୁ କମିଥିଲା। କିନ୍ତୁ ମୋଦୀଙ୍କ ଅଧୀନରେ ୨୦୧୪‌ରେ ଚୀନ୍‌ରୁ ଆମଦାନୀ ୧୩ ପ୍ରତିଶତରୁ ୨୦୧୫ରେ ୧୪ ପ୍ରତିଶତକୁ ବୃଦ୍ଧି ପାଇଲା।

ସମ୍ବନ୍ଧିତ ଖବର