ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ପଦାଧିକାରୀଙ୍କ ଦୁଇ ଦିନିଆ ବୈଠକ ଶନିବାର ଶେଷ ହୋଇଛି। ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗ ଦେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ।

Advertisment

ଆଗାମୀ ନିର୍ବାଚନରେ ବିଜେପି ୧୦ ପ୍ରତିଶତ ଭୋଟ ଯୋଡିବା ପାଇଁ ଏହି ବୈଠକରେ ଯୋଜନା ପ୍ରସ୍ତୁତ କରିବା ସହ ଦଳରେ ନୂଆ ଭୋଟରଙ୍କୁ ସାମିଲ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା ଏବଂ ଏଥିପାଇଁ ବିଭିନ୍ନ ସ୍ତରରେ ସମ୍ମିଳନୀ କରିବାକୁ ସହମତି ପ୍ରକାଶ ପାଇଥିଲା । ଯୋଜନା ଅନୁସାରେ ନୂଆ ଭୋଟରଙ୍କୁ ସାମିଲ କରିବା ପାଇଁ ବିଜେପି ସାରା ଦେଶରେ ଅଭିଯାନ ଚଳାଇବ ।

ବିଜେପିର ଉଚ୍ଚସ୍ତରୀୟ ବୈଠକରେ ଏହା ମଧ୍ୟ କୁହାଯାଇଛି ଯେ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ଭୋଟରଙ୍କ ସମ୍ମିଳନୀକୁ ସମ୍ବୋଧିତ କରିପାରନ୍ତି। ଏହାବ୍ୟତୀତ ଅନ୍ୟ ସମସ୍ତ ଭୋଟରଙ୍କୁ ଯୋଡ଼ିବା ପାଇଁ ବିଧାନସଭା ସ୍ତରରେ ସମ୍ମିଳନୀ କରାଯିବ।

ବିଜେପି ପକ୍ଷରୁ ଜନପ୍ରତିନିଧି ସମ୍ମିଳନୀର ଆୟୋଜନ କରାଯିବ। ଦେଶର ମହିଳା, ଗରିବ, ଯୁବକ ଓ କୃଷକଙ୍କ ଉପରେ ସେମାନଙ୍କର ପୂରା ଫୋକସ ରହିବା ଦରକାର ଏବଂ ସେଥିପାଇଁ ଅନେକ କାର୍ଯ୍ୟକ୍ରମ ରଖାଯିବ ବୋଲି ଦଳୀୟ କର୍ମକର୍ତ୍ତାମାନଙ୍କୁ କୁହାଯାଇଥିଲା।