ନୂଆଦିଲ୍ଲୀ: ବିହାରରେ ରାଜନୈତିକ ସଙ୍କଟ ଘନୀଭୂତ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହ ହାତ ମିଳାଇବା ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ଏହି ପ୍ରସଙ୍ଗରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳର ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ ବିହାର ନେତାଙ୍କ ଏକ ବୈଠକ ଚାଲିଛି। ନଡ୍ଡା ଓ ଶାହଙ୍କ ବ୍ୟତୀତ ଏହି ବୈଠକରେ ବିଏଲ ସନ୍ତୋଷ, ବିଜେପିର ବିହାର ପ୍ରଭାରି ବିନୋଦ ତାୱଡେ ମଧ୍ୟ ଉପସ୍ଥିତ ଅଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଆଉ ୨ ମାସରୁ କମ୍ ସମୟ ବାକି ରହିଛି। ଏଭଳି ସ୍ଥିତିରେ ନୀତୀଶ କୁମାର କେଉଁ ଦିଗକୁ ଯାଉଛନ୍ତି ତାହା ଦେଖିବା ଗୁରୁତ୍ୱପୂର୍ଣ୍ଣ ହେବ। କେତେକ ଗଣମାଧ୍ୟମ ସୂଚନା ଅନୁସାରେ ଆସନ୍ତା ରବିବାର ବିହାରରେ କ୍ଷମତା ପରିବର୍ତ୍ତନ ହୋଇପାରେ ।
କେବଳ ଦିଲ୍ଲୀ ନୁହେଁ, ବିହାରରେ ମଧ୍ୟ ଏକ ବୈଠକ ଚାଲିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ବାସଭବନରେ ସମସ୍ତ ବରିଷ୍ଠ ନେତାଙ୍କ ଏକ ବୈଠକ ଡାକିଛନ୍ତି, ଯେଉଁଥିରେ ବିଧାୟକମାନେ ମଧ୍ୟ ଯୋଗ ଦେଇଛନ୍ତି। ସେପଟେ ଲାଲୁ ଯାଦବଙ୍କ ଆରଜେଡିରେ ମଧ୍ୟ ଏକ ବୈଠକ ଚାଲିଛି । ବିଜେପିର ସହଯୋଗୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀଙ୍କ ପୁଅ ସନ୍ତୋଷ କୁମାର ସୁମନ କହିଛନ୍ତି ଯେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିହାର ସରକାର ଭାଙ୍ଗିପାରେ।
ଏହା ପୂର୍ବରୁ ବିହାରରେ ମହାମେଣ୍ଟ ସରକାର ଚାଲିବ ନାହିଁ ବୋଲି ଜିତନ ରାମ ମାଝୀ ଦାବି କରିଥିଲେ । ପାଟନାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ମାଝୀ ଦାବି କରିଥିଲେ ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପରିବାରବାଦ ଉପରେ ମନ୍ତବ୍ୟ ତାଙ୍କ ସହଯୋଗୀ କଂଗ୍ରେସ ଏବଂ ଆରଜେଡିକୁ ଟାର୍ଗେଟ କରି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/WhatsApp-Image-2024-01-26-at-18.36.06.jpeg)