ନୂଆଦିଲ୍ଲୀ : ବିଜେପି ବିଜୟ ହାଲ କରିଥିବା ୪ଟି ରାଜ୍ୟରେ ସରକାର ଗଠନ ପାଇଁ ଦଳରେ ବିଚାରବିମର୍ଷ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏ ନେଇ ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜନ ହୋଇଥିଲା । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ରାଷ୍ଟ୍ରୀୟ ମହାସଚିବ ବି.ଏଲ. ସନ୍ତୋଷ ପ୍ରମୁଖ ଯୋଗ ଦେଇଛନ୍ତି ।
ସୋମବାର ଦିନ ବିଜେପି ସଂସଦୀୟ ବୋର୍ଡ ପକ୍ଷରୁ ଅମିତ ଶାହାଙ୍କୁ ଉତ୍ତରପ୍ରଦେଶ ପାଇଁ ପର୍ଯ୍ୟବେକ୍ଷକ ଓ ରଘୁବର ଦାସଙ୍କୁ ସହ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିଲା । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଉତ୍ତରାଖଣ୍ଡ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ କିରେନ ରିଜିଜୁଙ୍କୁ ମଣିପୁର ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିଲା ।
ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ମଧ୍ୟରୁ ୪ଟି ରାଜ୍ୟରେ ବିଜେପି ବିଜୟ ଲାଭ କରିଛି । ସେସବୁ ରାଜ୍ୟ ହେଉଛି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆ । ଉତ୍ତରପ୍ରଦେଶରେ ବିଜେପି ୨୫୫ଟି ଆସନ, ସହଯୋଗୀ ଦଳ ଅପନା ଦଳ ୧୨ ଓ ନିଷାଦ ପାର୍ଟି ୬ଟି ଆସନ ଜିତିଥିଲେ । ଅନ୍ୟପକ୍ଷରେ ବିଜେପି ଉତ୍ତରାଖଣ୍ଡରେ ୪୭ଟି, ମଣିପୁରରେ ୩୨ଟି, ଗୋଆରେ ୨୦ଟି ଆସନ ଜିତିଥିଲା । ତେବେ ପଂଜାବରେ ବିଜେପି ମାତ୍ର ୨ଟି ଆସନ ପାଇଥିଲା । ଅନ୍ୟପକ୍ଷରେ ଏସବୁ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/31_05_2018-bjp_modi_shah_18023118.jpg)