ବିଜେପି ସାଂସଦଙ୍କ ପାଦ ଧୁଆ ପାଣି ପିଇଲେ କର୍ମୀ

ରାଞ୍ଚି: ଝାଡ଼ଖଣ୍ଡରେ ଜଣେ ବିଜେପି କର୍ମୀ ବିଜେପି ସାଂସଦଙ୍କ ପାଦ ଧୋଇ ପାଣି ପିଇବା ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ନିଜେ ସାଂସଦ ନିଶିକାନ୍ତ ଦୁବେ ଏହି ଫଟୋ ଫେସବୁକ୍‌ ପେଜ୍‌ରେ ପୋଷ୍ଟ କରି କର୍ମୀଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ସେ ତାଙ୍କ ପ୍ରତିଶ୍ରୁତି ରଖିବେ ବୋଲି କହିଛନ୍ତି। ଗୋଦ୍ଦା ବିଜେପି ସାଂସଦ ଦୁବେ ଗତ ରବିବାର ଗୋଦ୍ଦା ବ୍ଲକ୍‌ରେ ଏକ ପୋଲର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଯାଇଥିବା ବେଳେ ବିଜେପି କର୍ମୀ ପବନ ଶାହ ଏକ ପାତ୍ରରେ ତାଙ୍କ ପାଦ ଧୋଇ ଦେଇ ସେହି ପାଣି ପିଇଥିଲେ।

ସମ୍ବନ୍ଧିତ ଖବର