ମୁମ୍ବାଇ: ମୁମ୍ବାଇର କଲ୍ୟାଣ- ମହାନଗର ପାଳିକା ପରିବହନ ସମିତି ସଦସ୍ୟ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ସଦସ୍ୟ ନିର୍ଣ୍ଣାୟକ ଭୋଟ୍ରେ ବିଜୟ ହାସଲ କରିଥିବା ଜଣାଯାଇଛି। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓ ଶିବସେନା ୩ଟି ଲେଖାଏଁ ଆସନ ଜିତିଛନ୍ତି। ଏଥିରେ ଏମଏନ୍ଏସର ପ୍ରାର୍ଥୀମାନଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି।
ଚାରିଦିନ ପୂର୍ବେ ଏହି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ଏଥିରେ ଭାଜପା-ଶିବସେନାର ସମସ୍ତ ସଦସ୍ୟ ମତଦାନ କରିଥିଲେ। ଏହାଫଳରେ ଶିବସେନାର ତିନିଜଣ ସଦସ୍ୟ ଜୟଲାଭ କରିଥିଲେ। କିନ୍ତୁ ଭାଜପାର ଦୁଇଜଣ ସଦସ୍ୟ ଜିତିଥିଲେ। ତୃତୀୟ ସଦସ୍ୟ ଓ ଏମ୍ଏନ୍ଏସର ପ୍ରାର୍ଥୀଙ୍କୁ ସମାନ ଭୋଟ୍ ମିଳିଥିଲା। ଏଭଳି ପରିସ୍ଥିତିରେ ବିଏମ୍ସିର ମହାନଗରପାଳଙ୍କ ମତ ନିର୍ଣ୍ଣାୟକ ଥିଲା। ମହାନଗରପାଳ ନିଜର ଭୋଟ୍ ଭାଜପା ପ୍ରାର୍ଥୀଙ୍କୁ ଦେଇଥିଲେ। ଏହାଫଳରେ ଭାଜପା ପ୍ରାର୍ଥୀ ବିଜୟୀ ଘୋଷିତ ହୋଇଥିଲେ ଓ ଏମଏନଏସର ସଦସ୍ୟାଙ୍କୁ ପରାଜୟ ବରଣ କରିବାକୁ ପଡିଛି।